ଦେଶରେ ବଦଳିଲା ବଡି ମାସ୍ ଇଣ୍ଡେକ୍ସ, ଜାଣନ୍ତୁ କ’ଣ ରହିଛି ମହିଳା ଓ ପୁରୁଷଙ୍କ ଆଦର୍ଶ ଓଜନ

Published By : Prameya-News7 Bureau | September 29, 2020 IST

ହାଇଦ୍ରାବାଦ ୨୯/୦୯: ବଦିଳିଲା ଦେଶର ବଡ଼ି ମାସ ଇଣ୍ଡେକ୍ସ। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନ ଦେଶର ମହିଳା-ପୁରୁଷଙ୍କ ଆଦର୍ଶ ଓଜନରେ ସମ୍ୟକ ପରିବର୍ତନ ଆଣିଛନ୍ତି। ଏ​ବେ ନୂଆ ନିୟମ ଅନୁସାରେ ଆଦର୍ଶ ଓଜନରେ ପାଞ୍ଚ କେଜି ବୃଦ୍ଧି କରାଯାଇଛି।

ପୂର୍ବରୁ ପୁରୁଷଙ୍କ ଆଦର୍ଶ ଓଜନ ୬୦ କେଜି ଥିଲା ଏ​‌ବେ ତାହାକୁ  ବଢ଼ାଇ ୬୫ କେଜି କରାଯାଇଛି। ସେହିପରି ମହିଳାଙ୍କ ଆଦର୍ଶ ଓଜନ ଥିଲା ୫୦ କେଜି ଏବେ ହେଲା ୫୫ କେଜି। ଏହା ବାଦ୍ ମହିଳା ଓ ପୁରୁଷଙ୍କ ଉପଯୁକ୍ତ ଉଚ୍ଚତାରେ ମଧ୍ୟ ପରିବର୍ତନ ଅଣାଯାଇଛି। ପୁରୁଷଙ୍କ ଉଚ୍ଚତା ପୂର୍ବରୁ ରଖାଯାଇ ଥିଲା ୫ ଫୁଟ ୬ ଇଞ୍ଚ ଓ ମହିଳାଙ୍କର ଥିଲା ୫ ଫୁଟ୍। ମାତ୍ର ଏବେ ଏଥିରେ ବି ପରିବର୍ତନ ଆସଛି। ଅର୍ଥାତ୍ ଏହା ଏବେ ବଦଳି ପୁରୁଷଙ୍କ ପାଇଁ ୫ ଫୁଟ୍ ୮ ଇଞ୍ଚ ଓ ମହିଳାଙ୍କ ପାଇଁ  ୫ ଫୁଟ୍ ୩ ଇଞ୍ଚ ହୋଇଛି।

{"id":336056,"sizeSlug":"large"}

ଏହା ବାଦ୍ ଭାରତୀୟଙ୍କ ପାଇଁ ପୋଷଣ ଆହାର ଓ ଆନୁମାନିକ ହାରାହାରି ଆବଶ୍ୟକତା ସୁପାରିଶ ଗୁଡ଼ିକୁ ମଧ୍ୟ ସଂଶୋଧନ କରାଯାଇଛି। ଦେଶରେ ମହିଳା ଓ ପୁରୁଷଙ୍କ ରେଫରେନ୍ସ ବୟସ​‌ରେ ମଧ୍ୟ ପରିବର୍ତନ ହୋଇଛି। ୨୦୧୦ ମସିହାର  ବିଶେଷଜ୍ଞ କମିଟି ୨୦-୩୯ ବର୍ଷ ବଦଳରେ ୧୯-୩୯ କରାଯାଇଛି। ବୈଜ୍ଞାନିକମାନେ କହିଛନ୍ତି ୧୯୮୯ ବିଶେଷଜ୍ଞ କମିଟି କେବଳ ପିଲା ଓ କିଶୋରଙ୍କ ଓଜନ ଓ ଉଚ୍ଚତାକୁ ସାମିଲ କରିଥିଲେ। ଏହା ବାଦ୍ ୨୦୧୦ର କମିଟି କେବଳ ଦଶ ରାଜ୍ୟର ନମୁନା ନେଇ ଥିଲେ।

କାହିଁକି ବଢ଼ାଗଲା: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁଟ୍ରିସନର ବୈଜ୍ଞାନିକମାନେ କହିଛନ୍ତି ବିଏମଆଇ ପରିବର୍ତନ କରାଯିବାର କାରଣ ହେଉଛି ଭାରତୀୟଙ୍କ ପୋଷଣଯୁକ୍ତ ଖାଦ୍ୟ ଖାଇବା ବୃଦ୍ଧି ପାଇଛି। ଏହି ବର୍ଷ ଏ ସର୍ଭେରେ ଗ୍ରାମୀଣ ଇଲାକା​କୁ ସାମିଲ କରାଯାଇ ଥିଲା, ମାତ୍ର ଦଶ ବର୍ଷ ତଳେ କେବଳ ସହରୀ ଇଲାକାକୁ ସାମିଲ କରାଯାଉ ଥିଲା।

{"id":336057,"sizeSlug":"large"}

ଚଳିତବର୍ଷ କରାଯାଇଥିବା ସର୍ଭେ ଏବେ ସୁଦ୍ଧାର ସବୁଠୁ ବଡ଼ ସର୍ଭେ। କାରଣ ବୈଜ୍ଞାନିକ ପ୍ୟାନେଲ ଏଥର ପୂରା ଦେଶର ଡାଟା ନେଇ ଥିଲେ। ଏଥିରେ ସବୁ ସଂସ୍ଥାର ଅଧ୍ୟୟନକୁ ସାମିଲ କରାଯାଇଥିଲା। ପ୍ରଥମ ଥର ପାଇଁ ଆଇସିଏମଆର ଏକ୍ସପର୍ଟ କମିଟି ଫାଇବର ଆଧାରିତ ଏନର୍ଜି ପୋଷ ତତ୍ବକୁ ଧ୍ୟାନରେ ରଖିଥିଲେ।

ବଡି ମାସ ଇଣ୍ଡେକ୍ସ କ’ଣ: ବିଏମଆଇ ଏକ ଲୋପ୍ରିୟ ଟର୍ମ। ଏହା ଜରିଆରେ ଜଣେ ବ୍ୟକ୍ତିର ଶରୀର ହିସାବରେ ତାର ଓଜନ ଓ ଉଚ୍ଚତା କେତେ ରହିବା ଦରକାର ନିର୍ଦାରିତ କରାଯାଏ। ଯଦି କାହାର ବିଏମଆଇ ଇଣ୍ଡେକ୍ସରୁ ଅଧିକ ହୁଏ ତାହା ଶରୀର ପାଇଁ ଉପଯୁକ୍ତ ହୋଇ ନ ଥାଏ ବୋଲି ବିଚାର କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.