Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ତାଲା ବନ୍ଦ ଆଇସିୟୁରେ ୬ କରୋନା ରୋଗୀଙ୍କ ମୃତଦେହ ଛାଡି ହସ୍ପିଟାଲ ଷ୍ଟାଫ୍ ଗାୟବ

6/05/2021 at 12:57 PM

ନୂଆଦିଲ୍ଲୀ ୦୬/୦୫ : ଦିଲ୍ଲୀ ନିକଟସ୍ଥ ସାଇବର ସିଟି ଗୁରୁଃଗ୍ରାମରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି । ଗୁରୁଃଗ୍ରାମ ସେକ୍ଟର-୫୬ ଅଞ୍ଚଳରେ ସ୍ଥିତ କୀର୍ତ୍ତି ହସ୍ପିଟାଲରେ ଗୋଟିଏ ରାତିର ୬ କରୋନା ରୋଗୀଙ୍କ ଏକାସଙ୍ଗେ ମୃତ୍ୟୁ ହୋଇଛି । ରୋଗୀଙ୍କ ପରିବାର ଲୋକେ ଆରୋପ ଲଗାଇଛନ୍ତି ଯେ ରାତିରେ ହସ୍ପିଟାଲରେ ଅକ୍ସିଜେନ ଶେଷ ହୋଇଯାଇଥିଲା । ଫଳରେ ଚିକିତ୍ସା କରୁଥିବା ଡାକ୍ତର ରୋଗୀଙ୍କୁ ଭଗବାନଙ୍କ ଭରସାରେ ଛାଡ଼ିଦେଇ ସେଠାରୁ ପଳାଇ ଯାଇଥିଲେ । ଏହାପରେ ହସ୍ପିଟାଲରେ ଭର୍ତ୍ତି ଥିବା ପାଖାପାଖି ୨୦ କରୋନା ରୋଗୀଙ୍କ ମଧ୍ୟରୁ ୬ଜଣଙ୍କର ଅକ୍ସିଜେନ ଅଭାବରୁ ମୃତ୍ୟୁ ହୋଇଛି । ଏହି ମାମଲାର ଏକ ଭିଡିଓ ସାମ୍ନାକୁ ଆସିଛି । ରୋଗୀଙ୍କ ପରିବାର ଲୋକ ଆରୋପ ଲଗାଇଛନ୍ତି ଯେ ଶବ ତାଲା ବନ୍ଦ ଆଇସିୟୁରେ ପଡିଥିଲା ଓ ଷ୍ଟାଫ ଗାୟବ ଥିଲେ । ମାମଲା ସାମ୍ନାକୁ ଆସିବା ପରେ ଗୁରୁଃଗ୍ରାମ ପ୍ରଶାସନ କହିଛି ଏହା ପୁରୁଣା ମାମଲା ।

ଗୁରୁଃଗ୍ରାମ କୀର୍ତ୍ତି ହସ୍ପିଟାଲରେ ରାତି ପ୍ରାୟ ସାଢେ ୧୦ଟା ସମୟରେ ଅଚାନକ ଡାକ୍ତର ଗାୟବ ହୋଇଯିବା ପରେ ହଙ୍ଗାମା ହୋଇଥିଲା । ଅକ୍ସିଜେନ ଅଭାବରୁ ୬ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ରାତିରେ ଯେତେବେଳେ ହସ୍ପିଟାଲରେ ଉପସ୍ଥିତ ରୋଗୀଙ୍କ ପରିବାର ଲୋକ ଜାଣିବାକୁ ପାଇଲେ ଯେ ଡାକ୍ତର ହସ୍ପିଟାଲରୁ ପଳାଇ ଯାଇଛନ୍ତି ସେମାନେ ହଙ୍ଗାମା ଆରମ୍ଭ କରିଥିଲେ । ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ରୋଗୀଙ୍କ ପରିବାରଲୋକେ ଆରୋପ ଲଗାଇଥିଲେ ଯେ ଡାକ୍ତର ପୋଲିସ ସାମ୍ନାରୁ ପଳାଇ ଯାଇଛନ୍ତି ।

ପୋଲିସ ଅନ୍ୟ ହସ୍ପିଟାଲରୁ ଡାକ୍ତରଙ୍କ ଟିମ ଡାକିଥିଲା । ସୁରକ୍ଷା ଦୃଷ୍ଟିରୁ ହସ୍ପିଟାଲ ବାହାରେ ପୋଲିସବଳ ନିୟୋଜିତ କରିଥିଲା । ତେବେ ହସ୍ପିଟାଲରେ ୬ ରୋଗୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ଜିଲ୍ଲା ପ୍ରଶାସନ ତାର ଯାଞ୍ଚ ଆଦେଶ ଦେଉଛି ନା ନାହିଁ ତାହା ଦେଖିବା ବାକି ରହିଲା ।

   Related Posts