ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା, ଯୁବକଙ୍କ ସହ ଯୋଗ ଦଲେ ଯୁବତୀ

Published By : Prameya-News7 Bureau | December 17, 2018 IST

ବାଲେଶ୍ବର ୧୭|୧୨: ସ୍ବାସ୍ଥ୍ୟ ହଁ ସମ୍ପଦ। ତେଣୁ ବର୍ତମାନ ସମାଜରେ ପ୍ରତ୍ୟକ ବ୍ୟକ୍ତି ଚାହୁଁଛନ୍ତି ଶରୀରକୁ ସୁସ୍ଥ ରଖିବା ପାଇଁ। ଯୁବକ ଯୁବତୀମାନଙ୍କୁସ୍ବାସ୍ଥ୍ୟ ପ୍ରତି ଜତ୍ନବାନ ହେବାକୁ ଓ ଉତ୍ତମ ଶରୀର ଗଠନ କରିବାପଇଁ ପ୍ରେରଣା ଯୋଗାଉଛି ବାଲେଶ୍ବରବଡ଼ି ବିଲଡ଼ରର୍ସ ଏସୋସିଏସନ। ସେଥତ୍ପାଇଁ ଏହି ସଂଗଠନ ପକ୍ଷରୁ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଛିସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା। ହଲେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗୀତାରେ ଯୁବତୀମାନେ ଅଂଶ ଗ୍ରହଣ କରିଥିଲେ।  

{"id":64695}

ବାଲେଶ୍ବର ବଡ଼ବିଲଡ଼ର୍ସ ଏସୋସିଏସନ ପକ୍ଷରୁ  ରାଜା ଫିଟନେସ ଓବାରଲଡ଼ ପରିସରରେ ଅନୁଷ୍ଠିତ ହୋଇ ଯାଇଛି୧୪ତମ ଜିଲ୍ଲା ସ୍ତରୀୟ  ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା।ଏଥିରେ ବଡ଼ବିଲଡ଼ିଂ, ମେନସ୍ ଫିଜିକ୍ସ ଓ ଉଇମେନ୍ସ ଫିଟନେସ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ବଡ଼ବିଲଡ଼ିଂଓ ମେନ୍ସ ଫିଜିକ୍ସରେ ୩୫ଜଣ ଯୁବକ ଅଂଶ ଗ୍ରହଣ କରିଥିବା ବଳେ ଉଇମେନ୍ସ ଫିଟନେସରେ 3ଜଣ ଯୁବତୀ ଅଂଶଗ୍ରହଣ ରକିଥିଲେ। ବାଲେଶ୍ବରରେ ଅନେକ ଯୁବକ ଯୁବତୀ ଶରୀର ଗଠନ ପାଇଁ ଓ ଫିଟ୍ନେସ ପାଇଁ ପରିଶ୍ରମ କରୁଛନ୍ତି, ହଲେ ସେମତି ପ୍ଲାଟଫର୍ମ ପାଉନାହାଁନ୍ତି ତାହାକୁ ଲୋକଲୋଚନକୁ ଆଣିବାପାଇଁ। ଜିଲ୍ଲା ବଡ଼ବିଲଡ଼ର୍ସ ଆସୋସିଏସନ ବଳେ ବଳେ ଏପ୍ରକାର ପ୍ରତିଯୋଗୀତରା କରୁଥିବାରୁଆୟୋଜକଙ୍କୁ ସାଧୁବାଦ ଜଣାଇଛନ୍ତି ସମସ୍ତେ। 

{"id":64696}

ଜିଲ୍ଲା ବଡ଼ବିଲଡ଼ର୍ସ ଆସୋସିଏସନ ଯୁବକ ଯୁବତୀମନଙ୍କର ସୁନ୍ଦର ସ୍ବାସ୍ଥ୍ୟକୁ ଲୋକ ଲୋଚନକୁ ଆଣିବାପାଇଁ ଓ ଯୁବପିଡ଼ି କେମିତି ସ୍ବାସ୍ଥ୍ୟ ପ୍ରତିଜତ୍ନବାନ ହବେ ସେଥତ୍ପାଇଁ ଏପ୍ରକାରା ପ୍ରତିଯୋଗୀତରା ଆୟୋଜନ କରୁଛନ୍ତି। ହଲେ ସରକାରୀ ପ୍ରତ୍ସୋହନଆଦୌ ମିଳୁନଥିବାରୁ ସେମାନେ ପ୍ରତିଯୋଗୀ ଓ ଆୟୋଜକମାନେ ଅସୋନ୍ତୋଷ ବ୍ୟକ୍ତ କରିଛନ୍ତି । 

{"id":64697}

ଏହି ପ୍ରତିଯୋଗୀତାରୁ ଶ୍ରେଷ୍ଠ ପ୍ରତିଯୋଗୀ ରୂପେ ସୁନ୍ଦରସ୍ବାସ୍ଥ୍ୟରୁ କ୍ରୀଷ୍ଣା ରାଓ, ଦେବାଶିଷ ବାରିକ,ମେନ୍ସଫିଜିକରେ ପ୍ରଭୁପଦ ନାୟକ, ଉଇମେନସ୍ ଫିଟନେସ୍ ପ୍ରତିଯୋଗୀତାରେ ଜସ୍ମିନ ପଣ୍ଡା, ସବିତା ଖଣ୍ଡେଲବାଲ ଓ ବାଇକନ ଜିମ୍ରେ ବିଜୟଲକ୍ଷ୍ମୀ ଦାସ ଙ୍କୁ ଚୟନ କରାଯାଇଛି। ସେମାନେ ଆସନ୍ତା ୨୦୧୯ ଜାନୁଆରୀ ୧୨,୧୩ରେବଲାଙ୍ଗୀର ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ୧୬ତମ ରାଜ୍ୟ ସ୍ତରୀୟ ମିଷ୍ଟର ଓଡ଼ଶା ଓ ମିସ୍ ଓଡ଼ଶା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ। 

{"id":64698}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.