ଏମିତି ପାଗଳାମି….ପ୍ଲାଷ୍ଟିକ୍ ଡଲ୍ ସହ କରିଛନ୍ତି ଦୁଇଥର ବିବାହ, ୨ୟ ପତ୍ନୀଙ୍କ ସହ ମନାଇଲେ ହନିମୁନ୍

Published By : Prameya-News7 Bureau | November 27, 2021 IST

ନୂଆଦିଲ୍ଲୀ ୨୭/୧୧: ଦୁନିଆରେ ଲୋକମାନଙ୍କର ବିଭିନ୍ନ ପ୍ରକାରର ସଉକ ଅଛି । ଅନେକ ଲୋକଙ୍କର ସଉକ ତ ପାଗଳାମୀରେ ପରିଣତ ହୋଇଯାଏ। ଏପରି ପାଗଳାମୀର ସୀମା ପାର କରିଯାଇଛନ୍ତି କାଜାଖସ୍ତାନର ଜଣେ ବଡି ବିଲ୍ଡର। ଯିଏକି ପ୍ଲାଷ୍ଟିକ୍ ଡଲକୁ ପ୍ରେମ କରନ୍ତି। ତାଙ୍କର ଏହି ପ୍ରେମ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

wp:html
/wp:html

ସୂଚନା ଅନୁଯାୟୀ, କାଜାଖସ୍ତାନର ବାସିନ୍ଦା ୟୁରୀ ତୋଲୋଚକୋ ପ୍ଲାଷ୍ଟିକ୍ ଡଲକୁ ବହୁତ ଭଲ ପାଆନ୍ତି। ସେ ପୂର୍ବରୁ ମାରଗୋଟ୍ ନାମକ ଏକ ଡଲକୁ ବିବାହ କରିଥିଲେ, କିନ୍ତୁ ସଂପର୍କରେ ମତଭେଦ ହେବା ପରେ ସେ ତାଙ୍କ ସହିତ ବ୍ରେକ୍ଅପ୍ କରିଥିଲେ ଏବଂ ପରେ ଲୁନା ନାମକ ଅନ୍ୟ ଏକ ଡଲକୁ ବିବାହ କରିଥିଲେ । ଏହି ବିବାହ ଉତ୍ସବରେ ତାଙ୍କ ନିକଟବର୍ତ୍ତୀ ଲୋକମାନେ ମଧ୍ୟ ଯୋଗ ଦେଇଥିଲେ। ବିବାହ ପରେ, ସେ ହନିମୁନ୍‌ରେ ଯାଇଥିଲେ ଯେଉଁଠାରେ ସେ ଦ୍ୱିତୀୟ ପତ୍ନୀଙ୍କ ସହ ରୋମାଣ୍ଟିକ୍ ଫଟୋ ସେୟାର କରିଥିଲେ ।

wp:html
/wp:html

ଇନଷ୍ଟାଗ୍ରାମରେ ହଜାର ହଜାର ଲୋକ ୩୬ ବର୍ଷିୟ ୟୁରୀଙ୍କୁ ଫଲୋ କରନ୍ତି । ଲୋକମାନେ ତାଙ୍କର ପର୍ସନାଲ ଲାଇଫକୁ ନେଇ ବହୁତ ଆଗ୍ରହୀ ହୋଇଥାନ୍ତି। ୟୁରୀ ତାଙ୍କ ପତ୍ନୀ ସହିତ ରୋମାଣ୍ଟିକ୍ ଡେଟରେ ଯାଆନ୍ତି ଏବଂ ବହୁତ ବୁଲନ୍ତି। କେବଳ ଏତିକି ନୁହେଁ ସେ ଡଲମାନଙ୍କ ସହିତ ସମ୍ପର୍କ ସ୍ଥାପନ ବି କରନ୍ତି।

wp:html
/wp:html

ୟୁରୀ କହିଛନ୍ତି, ସେ ବୁଲଗେରିଆ ୱାକ୍ ଟ୍ରିପରେ ଯାଇଥିଲେ ସାଙ୍ଗରେ ତାଙ୍କ ଡଲ୍ ପତ୍ନୀଙ୍କୁ ମଧ୍ୟ ନେଇଥିଲେ। ସେଥିପାଇଁ ତାଙ୍କର ଏହି ଟ୍ରିପ୍ କାର୍ଯ୍ୟ ସହିତ ବହୁତ ରୋମାଣ୍ଟିକ୍ ବି ହୋଇଥିଲା। ସେ କହିଛନ୍ତି ,ଏହି ଯାତ୍ରା ସମୟରେ ସେ ଅନେକ ଲୋକଙ୍କୁ ଭେଟିଥିଲେ ଏବଂ ତାଙ୍କ ପତ୍ନୀଙ୍କ ସହ ହୋଟେଲରେ ଏକୁଟିଆ ସମୟ ବିତାଇଥିଲେ। ଏହି ସମୟରେ, ସେ ନିଜ ପତ୍ନୀଙ୍କ ସହ ଇନଷ୍ଟାଗ୍ରାମରେ ଅନେକ ଥର ଲାଇଭ୍ ଆସିଥିଲେ ଯାହା ଦ୍ୱାରା ପ୍ରଶଂସକ ତାଙ୍କ ନୂତନ ପତ୍ନୀଙ୍କୁ ମଧ୍ୟ ଦେଖିପାରିବେ। ଯେତେବେଳେ ସେ ଡଲ ସହିତ ରୋମାଣ୍ଟିକ ଡିନର୍ କରୁଥିଲେ, ତାଙ୍କୁ ଖାଦ୍ୟ ପରିବେଷଣ କରୁଥିବା ୱେଟର ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ କିଛି ସମୟ ପରେ ସେ ଅନୁଭବ କଲେ ଯେ ୟୁରୀ ତାଙ୍କ ପତ୍ନୀଙ୍କୁ କେତେ ଭଲ ପାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.