Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

ସାବେରୀ ଡଙ୍ଗା ବୁଡି ଘଟଣା -ମିଳିଲା ନିଖୋଜ ଥିବା ଦୁଇ ଭଉଣୀ ଓ ସମ୍ପର୍କୀୟ ଭାଇଙ୍କର ମୃତ ଦେହ

13/10/2019 at 7:53 PM

ମାଲକାନଗିରି-  ମାଲକାନଗିରି ଜିଲ୍ଲା ସାବେରୀ ନଦୀ ଡ଼ଙ୍ଗା ବୁଡି ଘଟଣାରେ ମିଳିଲା ତିନି ଜଣଙ୍କ ମୃତ ଦେହ । ଗତକାଲି ମାଟେରୁ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରଗୁଡା ଗାଁର ରାଜା କାବାସୀଙ୍କ୨  ଝିଅଙ୍କ ସହ ଜଣେ ସଂପର୍କୀୟ ଯୁବକ ପୋଡଶୀ ଛତିଶଗଡ଼କୁ ଏକ ଦେଶୀ ଡଙ୍ଗାରେ ଯାଉଥିବା ବେଳେ ଡ଼ଙ୍ଗାଟି ଭାର ସାମ୍ୟ ହରାଇ ନଦୀରେ ବୁଡି ଯାଇଥିଲା । ପରେ ସ୍ଥାନୀୟ  ଲୋକଙ୍କ ସହ ଅଗ୍ନିଶମ ବିଭାଗର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଥିଲେ ।

ଦୁଇ ଦିନ ପରେ ନିଖୋଜ ୩ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସାବେରୀ ନଦୀର ପଡିଆ ଘାଟରୁ ଅଗ୍ନିଶମ ବିଭାଗର କର୍ମଚାରୀ ଏମାନଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି । ପଡିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସହ ତଦନ୍ତ କରୁଛି ।

   Related Posts