ପତ୍ନୀ, ଦୁଇ ପୁଅ ଏବଂ ଝିଅଙ୍କୁ ଟୁକୁରା ଟୁକୁରା କାଟି କେନାଲରେ ଫିଙ୍ଗି ଦେଇଥିଲା ପିଶାଚ ବାପା

Published By : Prameya-News7 Bureau | June 22, 2019 IST

ଅଜନାଲା ୨୨/୬: ଅଜନାଲାର ତେଡ଼ା ଖୁର୍ଦ ଗାଁର ଏକ ପରିବାରର ୪ଜଣ ସଦସ୍ୟ ଗତ ଶନିବାରଠାରୁ ନିଖୋଜ ଥିଲେ । ତେବେ ଏହି ୪ଜଣ ସଦସ୍ୟଙ୍କ ଶବ ୫ଦିନ ପରେ କେନାଲରୁ ମିଳିଛି। ଅବୈଧ ସମ୍ପର୍କକୁ ବିରୋଧ କରୁଥିବା ପରିବାରର ୪ଜଣ ସଦସ୍ୟଙ୍କୁ ବାପା ହରବନ୍ତ ସିଂହ ନିଜର ଭଣଜା କୁଲଦୀପ ସିଂହ ଏବଂ ଗାଁର ଦୁଇଜଣଙ୍କ ସହ ମିଶି ହତ୍ୟା କରିଥିବା ଜଣାପଡିଛି। ହରବନ୍ତ ସିଂହ ଏବଂ ଗାଁର ଅନ୍ୟ ଦୁଇ ଜଣଙ୍କୁ ପୋଲିସ ଗିରଫ କରି ନେଇଛି କିନ୍ତୁ ଭଣଜା କୁଲଦୀପ ସିଂହ ଏଯାଏଁ ଫେରାର ଅଛି।  ହରବନ୍ତ ସିଂ ସ୍ତ୍ରୀ ଓ ସନ୍ତାନଙ୍କୁ ହତ୍ୟା କରିବା ପୂର୍ବରୁ । ସମଗ୍ର ଅପେଶନକୁ ବିଧିବଦ୍ଧଭାବେ ଯୋଜନା କରିଥିଲା ।ଅଭିଯୁକ୍ତର ପତ୍ନୀ ଦବିନ୍ଦର କୈାର(୫୨),ପୁଅ ଲବରୂପ ସିଂହ(୨୧),ଓମକାର ସିଂହ(୨୪) ଏବଂ ଝିଅ ଶରଣଜିତ କୈାର(୨୯) ନିଖୋଜ ଅଥିଲେ। ।

ଚାରି ଦିନ ପରେ ଦବିନ୍ଦରଙ୍କ ଶବ କେନାଲରୁ ମିଳିଥିଲା। ସେଠାରେ ସାନ ପୁଅ ଲବରୂପଙ୍କ ଶବ ମଧ୍ୟ ବସ୍ତାରୁ ଉଦ୍ଧାର କରାଯାଇଥିଲା। ଶୁକ୍ରବାର କେନାଲରେ ଅଧ କିଲୋମିଟର ଦୂରରେ ପୁଅ ଓମକାର ସିଂହ ଏବଂ ଝିଅ ଶରଣଜିତଙ୍କ ଶବ ମଧ୍ୟ ମିଳିଥିଲା। ଏହି ସମୟରେ ପଥଚାରୀଙ୍କ ନଜର ଏକ ଇଟା ଉପରେ ପଡ଼ିଥିଲା,ଯେଉଁଥିରେ ଦବିନ୍ଦରଙ୍କ ଶବ ବନ୍ଧାଯାଇଥିଲା। ପୋଲିସ୍ ହରବନ୍ତର ଘରେ ମିଳିଥିବା ଇଟା ସହ ଏହି ଇଟାକୁ ମିଶାଇ ଦେଇଥିଲା।

ହରବନ୍ତ ଏପରି ପିଶାଚ ପାଲଟିଯାଇଥିଲା ଯେ ସେ ନିଜ ସାଥୀମାନଙ୍କ ସହାୟତାରେ ନିଜର ତରୁଣ ପୁଅ ଝିଅ ଏବଂ ପତ୍ନୀଙ୍କ ଶବକୁ ଟୁକୁରା ଟୁକୁରା କରି ଦେଇଥିଲା ଯାହା ଫଳରେ ଏଗୁଡ଼ିକୁ ବସ୍ତାରେ ପୂରାଯାଇପାରିବ। କାହାର ଶବରୁ ହାତ ଅଲଗା କରାଯାଇଥିଲା ତ କାହା ଶବରୁ ଜଙ୍ଘ ଅଲଗା କରି ଦିଆଯାଇଥିଲା। ଅଭିଯୁକ୍ତମାନେ ଶବ ବସ୍ତାକୁ ସିଲ କରି ଗାଡ଼ିରେ ରଖି ଇଟା ଦ୍ବାରା ବସ୍ତାକୁ ବାନ୍ଧି କେନାଲରେ ଫିଙ୍ଗି ଦେଇଥିଲେ। ଏବେ ଯାଏ ଏଥିରେ ବ୍ୟବହୃତ ହୋଇଥିବା ଗାଡ଼ି ଜବତ କରାଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.