ଅଳିଆ ଭଳି ଗାତରେ ଫିଙ୍ଗାଯାଉଛି କରୋନା ସଂକ୍ରମିତଙ୍କ ମୃତଦେହ, ଭିଡିଓ ଭାଇରାଲ୍ ପରେ ଆକ୍ସନ
1/07/2020 at 12:10 PM

ବେଙ୍ଗାଲୁରୁ ୧।୭: କୋଭିଡ୍-୧୯ ସଂକ୍ରମଣରେ ମୃତ୍ୟୁ ହେଉଥିବା ଲୋକଙ୍କୁ ଫିଙ୍ଗି ଏକ ଗର୍ତ୍ତରେ ପୋତି ଦିଆଯିବା ଭିଡିଓ ଭାଇରାଲ୍ ପରେ କର୍ଣ୍ଣାଟକ ପ୍ରଶାସନ ଆକ୍ସସ ମୋଡ୍ କୁ ଆସିଛି । କର୍ଣ୍ଣାଟକର ବଲାରୀ ଜିଲ୍ଲାର ଏହି ଭିଡିଓକୁ କଂଗ୍ରେସ ନେତା ଡି.କେ ଶିବକୁମାର ମଧ୍ୟ ସେୟାର କରିଛନ୍ତି ଏବଂ ଏହି ଅମାନୁଷିକ ଢଙ୍ଗରେ ପୋତିବା ଉପରେ ପ୍ରଶ୍ନ ଉଠାଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ପିପିଏ କିଟ୍ ପିନ୍ଧିଥିବା କିଛି ଲୋକଙ୍କୁ ଦେଖିବାକୁ ମିଳିଛି । ଯେଉଁମାନେ ଏକ ଗାଡିରେ ରଖାଯାଇଥିବା ଅନେକ ମୃତଦେହକୁ ଏକ ଗର୍ତ୍ତରେ ଫିଙ୍ଗି ଦେଉଛନ୍ତି। ଭିଡିଓ ଭାଇରାଲ୍ ହେବା ପରେ କର୍ଣ୍ଣାଟକ ସରକାର ମୃତଦେହ ସହିତ ଅମାନୁଷିକତା ପ୍ରଦର୍ଶନ କରିଥିବା ଟିମ୍ କୁ ହଟାଇ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, କଂଗ୍ରେସ ନେତା ଡି.କେ ଶିବକୁମାର ମଧ୍ୟ ଏହି ଭିଡିଓ ଟ୍ବିଟରରେ ସେୟାର କରିଛନ୍ତି। ସେ କହିଛନ୍ତି, ଏପରି ଅମାନୁଷିକତା ସହିତ ବଲାରିରେ କରୋନା ରୋଗୀଙ୍କ ଶବକୁ ଗର୍ତ୍ତରେ ଫିଙ୍ଗିଦେବା ବ୍ୟଥିତ କରୁଛି । ସେ ଏହାର ତଦନ୍ତ ଦାବି କରି କହିଛନ୍ତି ଯେ ସରକାର କରୋନା ସଙ୍କଟକୁ କିପରି ମୁକାବିଲା କରୁଛନ୍ତି ତାହା ଦର୍ଶାଉଛି।
ଏହାସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ବିଟର ହ୍ୟାଣ୍ଡେଲକୁ ମଧ୍ୟ ଟ୍ବିଟ୍ କରାଯାଇଛି। ଯେଉଁଥିରେ ଲେଖାଥିଲା, ବଲାରୀ ଜିଲ୍ଲାର କରୋନା ସଂକ୍ରମିତ ଲୋକଙ୍କ ଶେଷ ରୀତିନୀତି ସମୟରେ କର୍ମଚାରୀଙ୍କ ଆଚରଣ ଅତ୍ୟନ୍ତ ଅମାନବୀୟ ଏବଂ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ। ମୁଁ କର୍ମଚାରୀମାନଙ୍କୁ ଅନୁରୋଧ କରୁଛି ଯେ କୌଣସି ଧର୍ମ ମାନବିକତାଠାରୁ ବଡ ନୁହେଁ।
ଏ ବାବଦରେ ଡେପୁଟି କମିଶନର ଏସ୍ ନାକୁଲା କହିଛନ୍ତି ଯେ, ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ତାଙ୍କ ନଜରକୁ ଆସିଛି। ଏହି ଭିଡିଓ ଏହି ଜିଲ୍ଲାର ଅଟେ । କରୋନା ଭାଇରସ୍ ଯୋଗୁଁ ମୃତ୍ୟୁବରଣ କରିଥିବା ୮ ଜଣ ରୋଗୀଙ୍କ ମୃତଦେହ ଗର୍ତ୍ତରେ ଫିଙ୍ଗି ଦିଆଯାଇଥିଲା। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
BEWARE!
— Janata Dal Secular (@JanataDal_S) June 30, 2020
By chance, if you or your family members die because of COVID-19, this is how the BJP Govt. in Karnataka throws away your body with many others into a single pit!
This is the 'well-planned COVID management' that the Govt. talks about everyday in the media! pic.twitter.com/jwIfhrcjN1