Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

କରୋନା ଦେଲା ଏମିତି ଦୁଃଖ : ଏହି ଦେଶରେ ନିଜ ସଂପର୍କୀୟଙ୍କ ମୃତଦେହ ରାସ୍ତାରେ ଛାଡି ପଳାଉଛନ୍ତି ଲୋକ

15/04/2020 at 5:40 PM

କ୍ବିଟୋ ୧୫।୪: କରୋନା ଭାଇରସ୍ ସମଗ୍ର ବିଶ୍ବରେ ହଇଚଇ ସୃଷ୍ଟି କରିଛି । ଏହି ଭାଇରସ୍ ସଂକ୍ରମଣରେ ଏପର୍ଯ୍ୟନ୍ତ ୧ ଲକ୍ଷ ୨୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି । ଏହି ମହାମାରୀ ଯୋଗୁଁ ଅନେକ ଦେଶରେ ଏତେ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟୁଛି ଯେ ସେମାନଙ୍କର ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ୍ ଲାଗୁଛି । ଏମିତିକି ଲୋକଙ୍କୁ ଅନେକ ଦିନ ଅପେକ୍ଷା କରିବାକୁ ମଧ୍ୟ ପଡୁଛି । ଏଭଳି ପରିସ୍ଥିତିରେ ଲାଟିନ୍ ଆମେରିକୀୟ ଦେଶ ଇକ୍ବାଡୋରରେ କରୋନା ଭାଇରସ୍ ସଂକ୍ରମଣରେ ମୃତ ଲୋକଙ୍କ ଶରୀରକୁ ସଂପର୍କୀୟମାନେ ରାସ୍ତାରେ ଛାଡି ପଳାଉଛନ୍ତି ।

ଇକ୍ବାଡୋରରେ କରୋନାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହ ଏବେ ରାସ୍ତାରେ ଛାଡି ଦେବାକୁ ବାଧ୍ୟ ହେଉଛନ୍ତି ସମ୍ପର୍କୀୟ । କାରଣ ସେମାନଙ୍କୁ କବର ଦେବା ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡୁଛି । କେବଳ ଏତିକି ନୁହେଁ ମୃତ୍ୟୁ ସଂଖ୍ୟା ବଢିବା ପରେ ସେଠାରେ ଶବ ବ୍ୟବଚ୍ଛେଦ ପାଇଁ କମ୍ ସ୍ଥାନ ଅଛି । ପ୍ରତିଦିନ ଡଜନେ ଶବ ପୋଡି ଦିଆଯାଉଛି ।

ଇକ୍ବାଡୋରର ସ୍ଥାନୀୟ ପ୍ରଶାସନ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ଶୀଘ୍ର ବୃଦ୍ଧି ନେଇ ଚିନ୍ତିତ ଅଛନ୍ତି । ସ୍ବାସ୍ଥ୍ୟ ସୁବିଧା ଅଭାବରୁ ଅନେକ ଲୋକ ଚିକିତ୍ସିତ ହେଉନାହାଁନ୍ତି ଏବଂ ଯେତେବେଳେ ରୋଗୀ ମରିଯାଉଛନ୍ତି ସେମାନଙ୍କୁ କବର ଦେବା ପାଇଁ ସ୍ଥାନ ନାହିଁ । ଇକ୍ବାଡୋରର ୭ ହଜାରରୁ ଅଧିକ ଲୋକ ଏହି ସମୟରେ କରୋନା ସଂକ୍ରମିତ ହୋଇଥିବା ବେଳେ ୩୫୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି ।

   Related Posts