Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ନନ୍ଦା ଦେବୀରେ ନିଖୋଜ ୮ ପର୍ବତାରୋହୀ ମୃତ, ୫ ଜଣଙ୍କର ମୃତଦେହ ଠାବ

4/06/2019 at 8:15 AM

ଡେରାଡୁନ୍‍ ୪|୬: ଉତ୍ତରାଖଣ୍ଡର ନନ୍ଦା ଦେବୀ ପର୍ବତ ଶିଖର ଆରୋହଣ କରିବାକୁ ଯାଇଥିବା ୮ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି। ୫ ଜଣଙ୍କର ମୃତେଦହ ଠାବ କରାଯାଇଛି । ମୃତଦେହଗୁଡିକୁ ଆଣିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ୧୨ ସଦସ୍ୟ ବିଶିଷ୍ଟ ଦଳରୁ ୮ ସଦସ୍ୟ ମେ’ ୧୩ରେ ନନ୍ଦା ଦେବୀ ଶିଖର ଆରୋହଣ ଆରମ୍ଭ କରିଥିଲେ ଓ ମେ’ ୨୬ ସୁଦ୍ଧା ସେମାନଙ୍କୁ ଫେରିବାର ଥିଲା। ମେ’ ୩୧ ସୁଦ୍ଧା କୌଣସି ସୂଚନା ନମଳିବାରୁ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରାଯାଇଥିଲା। ଜୁନ ୨ରେ ଏହି ଦଳରେ ସାମିଲ ୪ ବ୍ରିଟେନ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଥିଲା। ଏମାନଙ୍କ ବ୍ୟତୀତ ୪ ବ୍ରିଟେନ, ୨ ଆମେରିକୀୟ, ଜଣେ ଭାରତୀୟ ଓ ଜଣେ ଅଷ୍ଟ୍ରେଲିୟ ପର୍ବତାରୋହୀ ନିଖୋଜ ଥିଲେ।

ଉଦ୍ଧାର ବ୍ରିଟେନ ପର୍ବତାରୋହୀ ମାର୍କ ଥୋମାସ ସୋମବାର ଭାରତୀୟ ବାୟୁ ସେନା ହେଲିକପ୍ଟର ଯୋଗେ ନିଖୋଜ ପର୍ବତାରୋହୀଙ୍କୁ ଖୋଜିବାକୁ ଯାଇଥିଲେ। ମାର୍ଗ ଥୋମାସ ପର୍ବତାରୋହଣ ବେଳେ ଟେଣ୍ଟ ମରାଯାଇଥିବା ସ୍ଥାନର ଫଟୋ ନେଇଥିଲେ। ଏହି ଫଟୋରେ ୫ଟି ଶବ ଦେଖିବାକୁ ମିଳିଛି। ଥୋମାସ ପର୍ବତର ତଳ ଟେଣ୍ଟର ଥିଲାବେଳେ ୮ ଜଣ ସଦସ୍ୟ ଶିଖର ଆରୋହଣ କରୁଥିଲେ। ଶିଖର ଆରୋହଣ କରୁଥିବା ଦଳର ନେତୃତ୍ୱ ନେଉଥିଲେ ବ୍ରିଟେନ ପର୍ବତାରୋହୀ ମାର୍ଟିନ ମୋରାନ।

ପୂର୍ବରୁ ସେ ୨ ଥର ଏହି ଶିଖର ଆରୋହଣ କରିଥିଲେ। କିନ୍ତୁ ଏ ଥର ଅଭିଯନ ଆରମ୍ଭ ପୂର୍ବରୁ ସେ ଫେସ୍‍ବୁକ୍‍ରେ ସୂଚନା ଦେଇଥିଲେ ଯେ ତାଙ୍କ ଦଳ ଏଥର ଏକ ନୂଆ ଶିଖର ଆରୋହଣ କରିବ, ଯେଉଁଠିକି ପୂର୍ବରୁ କେହି ଯାଇନାହାନ୍ତି।

   Related Posts