ଚୀନ୍ ପର୍ଯ୍ୟଟକଙ୍କ ଲାଗି ବୋଧଗୟା ନିଷିଦ୍ଧ , ହୋଟେଲ ଲଗାଇଲେ ‘ଚାୟନିଜ୍ ଟୁରିଷ୍ଟ ନଟ ଆଲାଉଡ୍’ ବୋର୍ଡ

Published By : Prameya-News7 Bureau | June 28, 2020 IST

ବୋଧଗୟା ୨୮।୬:  ସୀମାରେ ଚୀନ୍ ଯୋଗୁ ଉପୁଜିଥିବା ଉତ୍ତେଜନାର ପ୍ରଭାବ ଏବେ ସାରା ଦେଶରେ ଅନୁଭୂତ ହେଉଛି। ଏଥିରେ ବିହାର ବୋଧଗୟା ମଧ୍ୟ ଚୀନ୍‌ ପର୍ଯ୍ୟଟକଙ୍କ ଲାଗି କଡା ମନୋଭାବ ପୋଷଣ  କରିଛି। ସ୍ଥାନୀୟ ହୋଟେଲ ଏଣ୍ଡ ରେଷ୍ଟୁରାଷ୍ଟ ଆସୋସିଏସନ ଚୀନ୍ ପର୍ଯ୍ୟଟକଙ୍କୁ ଆତିଥ୍ୟ ନ ଦେବାକୁ ନିଷ୍ପତ୍ତି ନେଇଛି। ମହାବୋଧି ଲାଗି ବୋଧଗୟା ବୌଦ୍ଧ ଧର୍ମାବଲମ୍ବୀଙ୍କ ଏକ ତୀର୍ଥ ସ୍ଥାନ। ଏଠାକୁ ପ୍ରତିବର୍ଷ ହଜାର ହଜାର ଚୀନ୍‌ ନାଗରିକ ତୀର୍ଥ କରିବାକୁ ଆସିଥାନ୍ତି। ତେବେ ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନର ନିଷ୍ପତ୍ତି ଯୋଗୁ  ଏବେ ଏଠାରେ  ଚୀନ ପର୍ଯ୍ୟଟକ ଗୁରୁତର ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା କରାଯାଉଛି।

{"id":293040,"width":580,"height":306,"sizeSlug":"large"}

 ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ ଭାରତୀୟ ସେନା ସହ ଚୀନ୍‌ ଛଦ୍ମ ଯୁଦ୍ଧ କରିଥିବାର ପ୍ରମାଣ ଏବେ ମିଳିବାରେ ଲାଗିଲାଣି। ଏଣୁ ଏବେ ଦେଶରେ ଚୀନକୁ ତୀବ୍ର ନିନ୍ଦା କରାଯାଉଛି। ଏହି ପରିପ୍ରେକ୍ଷୀରେ ବୋଧଗୟା ହୋଟେଲ ଏଣ୍ଡ ରେଷ୍ଟୁରାଣ୍ଟ ମାଲିକ ସଂଘର ଏକ ଜରୁରି ବୈଠକ ହୋଇଥିବା ବେଳେ ଏଥିରେ ଚୀନ୍‌ ପର୍ଯ୍ୟଟକଙ୍କୁ କୌଣସି ପ୍ରକାର ଆତିଥେୟତା ନଦେବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁସାରେ ଏବେ ପ୍ରତି ହୋଟେଲରେ ‘ଚାଇନିଜ୍ ଆର ନଟ୍ ଆଲାଉଡ୍’ ବୋର୍ଡ ମଧ୍ୟ ଲଗାଇଛନ୍ତି।

{"id":293041,"width":583,"height":387,"sizeSlug":"large"}

ଆସୋସିଏସନର ସାଧାରଣ ସମ୍ପାଦକ ସୁଦାମା କୁମାର ଏ ନେଇ ସୂଚନା ଦେଇଥିବା ବେଳେ ସୀମାରେ ଆମ ସୈନିକଙ୍କ ପ୍ରତି ବିଶ୍ୱାସ ଘାତ କରିଥିବା ଦେଶର ଲୋକଙ୍କୁ ଆତିଥେୟତା ଦେବା ଆମ ପକ୍ଷେ ଆଉ ସମ୍ଭବ ନୁହେଁ ବୋଲି କହିଛନ୍ତି। ସେମାନଙ୍କୁ ହୋଟେଲରେ ରଖିବା ଅଥବା ଖାଇବ ପିଇବାକୁ ନ ଦେବା ଲାଗି ସଂଘର ପ୍ରତ୍ୟେକ ସଦସ୍ୟ ସହମତ ହୋଇଥିବା ବେଳେ ସେମାନଙ୍କ ହୋଟେଲ ଓ ରେଷ୍ଟୁରାଣ୍ଟକୁ ସେ ଚୀନ ନାଗରିକଙ୍କ ଲାଗି ବାରଣ କରିଛନ୍ତି।  ପ୍ରତିବର୍ଷ ଚୀନ୍‌ ସମେତ ଜାପାନ, ଭୁଟ୍ଟାନ, ତୀବ୍ବତ ଆଦି ଦେଶରୁ ଅସଂଖ୍ୟ ବୌଧ ଧର୍ମାବଲମ୍ବୀ ଏଠାକୁ ଆସିଥାନ୍ତି। ହେଲେ ଅନ୍ୟ ଦେଶର ନାଗରିକଙ୍କ ଲାଗି ସେମାନେ ଆତିଥେୟତାରେ ସାମାନ୍ୟ ଉଣା କରିବେନି ବୋଲି କହିଥିବା ବେଳେ ଚୀନା ଲୋକଙ୍କୁ ପାଣି ବୋତଲ ମଧ୍ୟ ବିକିବେ ନାହିଁ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.