ବାପା ପ୍ରଧାନମନ୍ତ୍ରୀ , ଦୁଷ୍କର୍ମ ପୀଡିତ ଝିଅକୁ ପାଟି ନଖୋଲିବାକୁ ଦେଇଥିଲେ ପରାମର୍ଶ..କାହିଁକି କିଏ ଏମିତି କରିଥିଲେ, ଆସନ୍ତୁ ଜାଣିବା…
9/12/2019 at 3:09 PM

ସିଡନୀ ୦୯।୧୨: ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ବବ ହକଙ୍କ ଝିଅ ରୋଜଲିନ ଡିଲନ ତାଙ୍କ ପ୍ରତି ୧୯୮୦ ମସିହାରେ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ଆଣିଛନ୍ତି । ତେବେ ଝିଅକୁ ତା କ୍ୟାରିୟର ଓ ଭବିଷ୍ୟତ ଦୃଷ୍ଟିରୁ ଚୁପ ରହିବା ଲାଗି ସେତେବେଳେ ତାଙ୍କ ପିତା ପରାମର୍ଶ ଦେଇଥିଲେ ବୋଲି କହିଛନ୍ତି ରୋଜଲିନ୍।
ରୋଜଲିନ ଡିଲନଙ୍କ ଏହି ଅଭିଯୋଗ ସମ୍ପର୍କିତ ଡକ୍ୟୁମେଣ୍ଟ ଅଷ୍ଟ୍ରେଲିଆ ସାଇଟ୍ ‘ଦି ନ୍ୟୁ ଡେଲି’ରେ ଏବେ ଦେଖିବାକୁ ମିଳୁଛି। ବିଲ୍ ଲାଣ୍ଡରୟୁ ଏହି ଦୁଷ୍କର୍ମ କରିଥିଲେ ବୋଲି ରୋଜଲିନ ଅଭିଯୋଗ କରିଛନ୍ତି। ଲାଣ୍ଡରୟୁ ସେତେବେଳେ ତାଙ୍କ ପିତାଙ୍କ ଦଳ ଲେବରପାର୍ଟିର ଜଣେ ସାଂସଦ ଥିଲେ। ତେବେ ରୋଜଲିନଙ୍କ ପିତା ଓ ଲାଣ୍ଡରୟୁ ଏବେ ଉଭୟଙ୍କର ପରଲୋକ ହୋଇସାରିଥିବା ବେଳେ ରୋଜଲିନ ତାଙ୍କପିତାଙ୍କ ସମ୍ପତ୍ତି ଉପରେ ଦାବି ଉପସ୍ଥାପନ କରିଛନ୍ତି।

୫୯ବର୍ଷୀୟ ରୋଜାଲିନ ଅଭିଯୋଗ କରିଛନ୍ତି ଯେ, କାର୍ଯ୍ୟାଳୟରେ କାମ କରୁଥିବା ସମୟରେ ତାଙ୍କ ସହିତ ଦୁଷ୍କର୍ମ ହୋଇଛି । ସେହି ସମୟରେ ହକ ଲେବର ପାର୍ଟିର ନେତା ହେବା ଲାଗି ଉଦ୍ୟମ ଚଳାଇଥିଲେ । ତେବେ ୩ ଥର ଯୌନ ଶୋଷଣ କରାଯିବା ପରେ ସେ ଘଟଣା ନେଇ ପୋଲିସ ପାଖକୁ ଯିବାକୁ ପିତାଙ୍କୁ ଜଣାଇଥିଲେ। ତେବେ ଏବେ ଦଳର ନେତୃତ୍ୱ ନେବା ଲାଗି ଉଦ୍ୟମ କରୁଥିବାରୁ ସେ କୌଣସି ପ୍ରକାର ବିବାଦ ଚାହାଁନ୍ତି ନାହିଁ ବୋଲି ହକ୍ ଝିଅକୁ କହିଥିଲେ। ତେବେ ଘଟଣା ସମ୍ପର୍କରେ ପରିବାର ଅବଗତ ଥିଲେ ବୋଲି ରୋଲିନ୍ଙ୍କ ଭଉଣୀ ଓ ପରିବାର ଏକ ସମ୍ବାଦପତ୍ରକୁ କହିଥିଲେ। ଯଦିୋ ପରିବାର ଏଥିରେ ରୋଜଲିନଙ୍କୁ ସହାୟତା କରିବାକୁ ଚାହୁଁଥିଲେ ତଥାପି ଆଇନ ବିବାଦରେ ଜଡିତ ହେବାକୁ ଚାହୁନଥିଲେ ବୋଲି କହିଥିଲେ ।