ବାଲିଯାତ୍ରାରେ ମହାନଦୀରେ ନୌବିହାରର ମଜା ଉଠାଇବେ ଦର୍ଶକ, ବୋଟ୍ରେ ବସି ପହଞ୍ଚିବେ ବାଲିଯାତ୍ରା ପଡିଆ
3/11/2019 at 6:12 PM

କଟକ ୩।୧୧: ଆଗକୁ ଅଛି ଐତିହାସିକ ବାଲିଯାତ୍ରା । ଏଥର ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ସହ ଆନୁସାଙ୍ଗିକ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପ୍ରୟାସ କରୁଛି ଜିଲ୍ଲା ପ୍ରଶାସନ । ଦର୍ଶକ କେମିତି ସୁରୁଖୁରରେ ଆସି ବାଲିଯାତ୍ରାକୁ ଉପଭେ।ଗ କରିବେ ସେଥିପାଇଁ କୌଣସି ବି କମି ରଖିବାକୁ ଚାହୁଁନି । ତେଣୁ ଏଥର ପ୍ରଥମ କରି ବେ।ଟ୍ ର ବ୍ୟବସ୍ଥା ହେ।ଇଛି । ମାନେ ମହାନଦୀରେ ନୌବିହାରର ମଜା ଉଠାଇବେ ଦର୍ଶକ ।

ବାଲିଯାତ୍ରା ପାଇଁ ନୌକା ବିହାର । ବାଲିଯାତ୍ରା ଦେଖିବାକୁ ଗଲେ ଆଉ ହୀନସ୍ତା ହେବେନି ନଈକୂଳିଆ ଦର୍ଶକ । ସରକାରୀ ବେ।ଟ୍ ରେ ବସି ସିଧା ବାଲିଯାତ୍ରା ପଡିଆରେ ପହଞ୍ଚିବେ । ଏଥିପାଇଁ ଆଇ ଏନ୍ ଏସ୍ ଚିଲିକା ସହାୟତରେ ଖାସ୍ ବ୍ୟବସ୍ଥା କରିଛନ୍ତି ଜିଲ୍ଲା ପ୍ରଶାସନ । ମହାନଦୀରେ ଥିବା ନାଭାଲ୍ ଜେଟୀରୁ ବାଲିଯାତ୍ରା ପଡିଆ ଯାଏ ବେ।ଟ୍ ରେ ଯିବାକୁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆଇ ଏନ୍ ଏସ୍ ଚିଲିକାର କର୍ମଚାରୀ ଓ ବୋଟ୍ ନିୟୋଜିତ କରାଯିବ ।

ସେପଟେ ବାଲିଯାତ୍ରାରେ ଭିଡ ନିୟନ୍ତ୍ରଣ ଓ ଦଳା ଚକଟା ଆଶଙ୍କା ଏଡାଇବା ଏକ ବଡ ଚ୍ୟାଲେଞ୍ଜ । ତେଣୁ ବାଲିଯାତ୍ରା ପଡିଆର ପ୍ରବେଶ ଓ ପ୍ରସ୍ଥାନ ପଥକୁ ଅଧିକ ପ୍ରସସ୍ଥ କରାଯିବ । ସେହି ଭଳି ଏଥର ୬ଟି ପାର୍କିଂ ଲଟ୍ କରିବାକୁ ବ୍ୟବସ୍ଥା ହୋଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ଡିସିପି ବାଲିଯାତ୍ରା ପଡିଆ ବୁଲି ସ୍ଥିତି ପରଖିଛନ୍ତି ।

ବାଲିଯାତ୍ରାରେ ଶୌଚ ଏକ ବଡ ସମସ୍ୟା । ବିଶେଷ କରି ମହିଳାମାନେ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତେଣୁ ଏଥର ଯେମିତି ସେଭଳି ସମସ୍ୟା ନଉପୁଜେ ସେଥିପାଇଁ ପର୍ଯ୍ୟାପ୍ତ ପରିମାଣର ସ୍ଥାୟୀ ଓ ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସି ଏମ୍ ସି କମିଶନର ।