ଗଙ୍ଗାରେ ବୁଡିବାକୁ ଲାଗିଲା ଡଙ୍ଗା, ଜୀବନ ବଞ୍ଚାଇବା ପାଇଁ ନଦୀକୁ ଡେଇଁଲେ ଲୋକେ, ଭିଡିଓ ଭାଇରାଲ

Published By : Prameya-News7 Bureau | June 19, 2021 IST

ପାଟନା ୧୯।୦୬: ପ୍ରବଳ ବର୍ଷାରେ ବଢି ଚାଲିଛି ଗଙ୍ଗା ନଦୀର ଜଳସ୍ତର। ଫୁଲି ଉଠିଥିବା ଗଙ୍ଗାରେ ଏକ ଡଙ୍ଗା ବୁଡି ଯାଉଥିବାର ଭିଡିଓ ଭାଇରାଲ୍ ହୋଇଛି। ବୁଡି ଯାଉଥିବା ଡଙ୍ଗାରୁ ଜୀବନ ବଞ୍ଚାଇବା ପାଇଁ କିଛି ଲୋକ ପାଣିକୁ ଡେଉଁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି।

ସୂଚନା ଅନୁସାରେ, ପାଟନା ସଂଲଗ୍ନ ମନେର  ହଲଦିଛପରା ନିକଟ ସାତଆନା ଗାଁର ଡଙ୍ଗା ମନେର ଅଞ୍ଚଳର ଚୌରାସି ସ୍ଥିତ ସୋନ ନଦୀରୁ ବେଆଇନ ବାଲି ଚୋରି କରି ସାରଣ ଜିଲ୍ଲା ଅଭିମୁଖେ ନଦୀରେ ଯାଉଥିଲା। ହେଲେ ସାରଣ ଓ ପାଟନା ନିକଟ ଦେଇ ପ୍ରବାହିତ ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ହେବା ଏବଂ ଜଳ ଧାରା କ୍ଷୀପ୍ର ଥିବାରୁ ଡଙ୍ଗା ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଯେମିତି ଡଙ୍ଗାରେ ପାଣି ପଶି ବୁଡିବା ଆରମ୍ଭ ହେଲା, ସେଥିରେ ଥିବା ଲୋକେ ଜୀବନ ବଞ୍ଚାଇବା ପାଇଁ ନଦୀକୁ ପ୍ରାଳ ବିକଳରେ ଡେଇଁବାକୁ ଲାଗିଥିଲେ।

wp:html /wp:html

ସୌଭାଗ୍ୟର କଥା ଡଙ୍ଗାଟି  ବୁଡି ଯାଉଥିବା ବେଳେ ନିକଟରେ ଅନ୍ୟ ଏକ ବଡ ଡଙ୍ଗା ଥିଲା। ଫଳରେ ନଦୀକୁ ଡେଇଁଥିବା ଲୋକଙ୍କୁ ତୁରନ୍ତ ସହାୟତା ମିଳି ପାରିଥିଲା। ଶ୍ରମିକଙ୍କୁ କୌଣସି ପ୍ରକାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଡଙ୍ଗାରେ ଥିବା ସମସ୍ତ ଶ୍ରମିକ ଅଳ୍ପକେରୁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.