ଆଜିଠାରୁ ପୁଣି ଚିଲିକା ସାତପଡାରେ ଚଳାଚଳ କଲା ଭସାପୋଲ ଏବଂ ଘାଟ ଡଙ୍ଗା

Published By : Prameya-News7 Bureau | September 05, 2018 IST

ବ୍ରହ୍ମଗିରି ୫|୯: ଆଜିଠାରୁ ପୁଣି ସାତପଡା ଚିଲିକାରେ ଚଳାଚଳ କରିଛି ଭସାପୋଲ ଏବଂ ଘାଟ ଡଙ୍ଗା । ସାତପଡା ଚିଲିକାରେ ଘାଟ ଡଙ୍ଗାକୁ ନେଇ ଲାଗିଥିବା ବିବାଦର କାଲି ସମାଧାନ ପରେ ଡଙ୍ଗା ଚଳାଚଳ ସ୍ବାଭାବିକ ହୋଇଛି । ଆଜିଠାରୁ ସାତପଡା ଠାରୁ ଜହ୍ନିକୁଦା ଓ ସେଠାରୁ ସାତପଡା ପର୍ଯ୍ୟନ୍ତ ଯାତ୍ରୀବାହୀ ଭସାପୋଲ ଏବଂ ଡଙ୍ଗା ଚାଲିଛି । ଯାହାକୁ ନେଇ ଯାତ୍ରୀମାନେ ଖୁସି ବ୍ୟକ୍ତ କରିଛନ୍ତି । ସବୁଦିନ ଭଳି ଶତାଧିକ ଯାତ୍ରୀ ଆଜି ଭସାପୋଲ ଏବଂ ଘାଟ ଡଙ୍ଗାରେ ଚିଲିକା ପାର ହୋଇଛନ୍ତି । ମଏଁଷା ଏବଂ ଜହ୍ନିକୁଦା ଗାଁର ଡଙ୍ଗା ଚାଳକଙ୍କ ମଧ୍ୟରି ବିବାଦ ଯୋଗୁଁ ଗଲା ଦୁଇ ଦିନ ହେଲା ଡଙ୍ଗା ଓ ଭସାପୋଲ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପ୍ରଶାସନର ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.