ଆସନ୍ତା ୧୧ରୁ ମାଲ୍ୟବନ୍ତ ମହୋତ୍ସବ ; ସତିଗୁଡା ଜଳଭଣ୍ଡାରରେ ନୌ-ଚାଳନା ପ୍ରତିଯୋଗିତା

Published By : Prameya-News7 Bureau | January 10, 2019 IST

ମାଲକାନଗିରି ୧୦|୧: ମାଲକାନଗିରି ଜିଲ୍ଲାର ଲୋକ ପର୍ବ ମାଲ୍ୟବନ୍ତ ମହୋତ୍ସବ ଆସନ୍ତା ୧୧ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଉତ୍ସବ ଉପଲକ୍ଷେ ଜିଲ୍ଲା ସଦର ମହକୁମା ନିକଟରେ ଥିବା ସତିଗୁଡା ଜଳ ଭଣ୍ଡାରରେ ଏକ ନୌ-ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳାପାଳ ମନୀଷ ଅଗ୍ରୱାଲ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡି.ଆର.ଡି.ଏ ପ୍ରକଳ୍ପ ନିର୍ଦେଶକ ଲିଙ୍ଗରାଜ ପଣ୍ଡା, ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୁଣନିଧି ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

{"id":72237}

ଜିଲ୍ଲାପାଳ ପ୍ରଥମେ ନୌ-ଚାଳନା ପ୍ରତିଯୋଗିତା ଆରମ୍ଭ ସ୍ଥାନ ଠାରୁ ସବୁଜ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ ୧୦ଟି ଡଙ୍ଗାରେ ୪ଜଣ ଲେଖାଏଁ ମୋଟ ୪୦ଜଣ ପ୍ରତି ଯୋଗୀ ଜଳଭଣ୍ଡାର ମଧ୍ୟରେ ନୌଚାଳନା କରିଥିଲେ । ଶୋରିସମାଳ ଗାଁ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ମୁନୁସା ଗାଁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହା ପରେ ସତୀଗୁଡା ଇକୋ ଟୁରିଜିୟମ ପାର୍କରେ ଏକ ସଭାର ଆୟୋଜନ କରାଯାଇଥିଲା ।  ସଭା ଶେଷରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ମାଲ୍ୟବନ୍ତ ମହୋତ୍ସବରେ ସମ୍ମାନିତ କରାଯିବ ବୋଲି ଡି.ଆର.ଡି.ଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.