INS ଚିଲିକା ପକ୍ଷରୁ ବୋଟ୍ ରେସିଂ ପ୍ରତିଯୋଗିତା

Published By : Prameya-News7 Bureau | November 17, 2019 IST

ଟାଙ୍ଗି ୧୭।୧୧: ଚିଲିକାରେ ବୋଟ୍ ରେସିଂ । INS ଚିଲିକା ପକ୍ଷରୁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ । କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା । ଆହୁଲା ଏବଂ କାତ ଦ୍ବାରା ନୌକା ଚାଳନା ପ୍ରତିଯୋଗିତା ହୋଇଥିଲା । ଆହୁଲା ରେ ୧୦ ଟି  ଟିମ୍ ଏବଂ କାତରେ ୯ ଟି ଟିମ୍ ଗଠନ ହୋଇଥିଲା ।ପ୍ରତିଟିମ୍ ରେ ସାତ ଜଣ ଲେଖାଏଁ ସଦସ୍ୟ ଥିଲେ  । ଚିଲିକା ହ୍ରଦ ର ମଝିରେ ଥିବା ଚଢେଇ ହଗା ପାହାଡରୁ ବଡକୂଳ ପାନ୍ଥ ନିବାସ , ପ୍ରାୟ ତିନି କିମି ରାସ୍ତା ଜଳପଥରେ ଏହି ପ୍ରତିଯୋଗିତା କରାଯାଇଥିଲା । ଚିଲିକା ର ମସ୍ଛଜୀବୀ ମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.