Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ ମୋଦି, ୨ୟ ପର୍ଯ୍ୟାୟରେ ସମସ୍ତ ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କୁ ଭ୍ୟାକ୍‌ସିନ୍‌‌
  • ||
  • ଦେଶରେ କରୋନା ସଂକ୍ରମଣ ହ୍ରାସ ପରେ ପୁଣି ବୃଦ୍ଧି, ଗତ ୨୪ଘଣ୍ଟାରେ ୧୫,୨୨୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ସାନଖେମୁଣ୍ଡି : ପାହାଡ ତଳକୁ ଖସିଲା ବସ୍, ହେଲ୍‌ପର ଗୁରୁତର
  • ||
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||

ସୁବର୍ଣ୍ଣପୁରରେ ଦେଶୀ ଡଙ୍ଗା ଓ ଆହୁଲାକୁ ନେଇ ନୌକା ପ୍ରତିଯୋଗିତା

24/11/2018 at 4:10 PM

ସୁବର୍ଣ୍ଣପୁର ୨୪|୧୧:  ଦେଶୀ ଡଙ୍ଗା ଓ ଆହୁଲାକୁ ନେଇ ନୌକା ପ୍ରତିଯୋଗିତା । ପ୍ରତି ବର୍ଷ ପରି ଏଥର ବି ସୁବର୍ଣ୍ଣପୁରର ମହାନଦୀ ତେନ୍ତୁଳି ଘାଟରେ ଆୟୋଜିତ ହୋଇଯାଇଥିଲା ୫୫ତମ ରାଜ୍ୟସ୍ତରୀୟ ନୌକା ପ୍ରତିଯୋଗିତା । ବିଭିନ୍ନ ଜିଲ୍ଲାରୁ ୧୨୦ରୁ ଅଧିକ ପ୍ରତିଯୋଗୀ ଏଥିରେ ସାମିଲ ହୋଇଥିଲେ ।

ଦେଶି ଡଙ୍ଗା ସାଙ୍ଗକୁ ଦେଶି କେରୁଆଲ । ପ୍ରତିଟି ଡଙ୍ଗାରେ ଦୁଇ ଜଣ ଲେଖାଏଁ ପ୍ରତିଯୋଗୀ । ମହାନଦୀର ପ୍ରଖର ସ୍ରୋତରେ ଚାଲିଥିଲା ଏହି ପ୍ରତିଯୋଗିତା । ଫେରିଘାଟ କୁଳରୁ ପ୍ରାୟ ୩୦୦ ମିଟର ଦୂରରେ ଥିବା ଲଙ୍କେଶ୍ବରୀ ପର୍ଯ୍ୟନ୍ତ ଅତିକ୍ରମ କରିଥିଲେ ପ୍ରତିଯୋଗୀ । ଜିଲ୍ଲା ତଥା ରାଜ୍ୟର ୧୨୦ରୁ ଅଧିକ ପ୍ରତିଯୋଗୀ ଏଥିରେ ସାମିଲ ହୋଇଥିଲେ । ନଦୀ କୂଳରେ ଶହଶହ ଦର୍ଶକ ଏହି ନିଆରା ନୌକା ପ୍ରତିଯୋଗିତାକୁ ଉପଭୋଗ କରିଥିଲେ ।

ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ସହରର ଭଗବତ ପାଠାଗାର ପକ୍ଷରୁ ଏହି ଆୟୋଜନ କରାଯାଉଛି । ପାଠାଗାର ପକ୍ଷରୁ କୃତି ନାବିକମାନଙ୍କୁ ପୁରସ୍କୃତ କରାଯାଇଥିଲା । ଦୀର୍ଘ ୫୫ ବର୍ଷ ଧରି ଏଠାରେ ନୌକା ଚାଳନା ପ୍ରତିଯୋଗିତା ଆୟୋଜିତ ହୋଇ ଆସୁଛି । ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅପରାହ୍ନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ ।

   Related Posts