Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଋଷର ଜେମଲିଆ ଦ୍ୱୀପପୁଞ୍ଜରେ ବୁଡିଲା ଡଙ୍ଗା, ୧୭ ମତ୍ସ୍ୟଜୀବୀ ନିଖୋଜ, -୩୦ ଡିଗ୍ରୀ ପାଣିରୁ ୨ ଜଣ ଜୀବନ୍ତ ଉଦ୍ଧାର

28/12/2020 at 9:03 PM

ମୋସ୍କୋ ୨୮/୧୨ : ସୋମବାର ସକାଳେ ଋଷର ନୋଭାୟା ଜେମଲିଆ ଦ୍ୱୀପପୁଞ୍ଜ ନିକଟରେ ଡଙ୍ଗା ବୁଡି ୧୭ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି । ତେବେ ଏହି ଡଙ୍ଗାବୁଡି ଘଟଣାରେ ଓନେଗା ଠାରୁ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଡଙ୍ଗାରେ ମୋଟ ୧୯ ଜଣ ମାଛ ଧରିବା ପାଇଁ ସମୁଦ୍ର ଭିତରକୁ ଯାଇଥିଲେ । ଅଧିକ ଓଜନ ହୋଇଯିବାରୁ ଡଙ୍ଗାଟି ବୁଡି ଯାଇଥିବା ସନ୍ଦେହ କରାଯାଉଛି ।

ଉଦ୍ଧାର ହୋଇଥିବା ୨ ଜଣ ମତ୍ସ୍ୟଜୀବୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉଦ୍ଧାର ସମୟରେ ସେମାନଙ୍କ ଶରୀରର ତାପମାତ୍ରା -୩୦ ଡିଗ୍ରୀ ଥିଲା । ତେବେ ଅତ୍ୟଧିକ ଥଣ୍ଡା କାରଣରୁ ନିଖୋଜ ମତ୍ସ୍ୟଜୀବୀମାନଙ୍କର ମୃତ୍ୟୁ ହୋଇଯାଇଥିବା ସନ୍ଦେହ କରାଯାଉଛି । କିନ୍ତୁ ସେମାନଙତକୁ ଉଦ୍ଧାର ପାଇଁ ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ପାଗ ଅତ୍ୟଧିକ ଖରାପ ଥିବାରୁ ଏବଂ ଅତ୍ୟଧିକ ପବନ ବହୁଥିବାରୁ ହେଲିକପ୍ଟର ଜରିଆରେ ଖୋଜାଖୋଜି ସମ୍ଭବପର ହୋଇପାରୁନାହିଁ ।

ଅନ୍ୟ ଏକ ମତ୍ସ୍ୟଜୀବୀ ଡଙ୍ଗା ଭୋଇକୋଭୋ ଘଟଣାସ୍ଥଳରେ ପହଞ୍ଚିବା ପରେ ବରଫ ଜଳରୁ ଦୁଇଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା । ଉଦ୍ଧାର ହୋଇଥିବା ୨ ମତ୍ସ୍ୟଜୀବୀ ପାଣି ଭିତରେ ଉଭୟେ ଉଭୟଙ୍କୁ ଜାବୁଡି ଧରିଥିଲେ । ସେମାନଙ୍କୁ ବାହାରକୁ ଅଣାଯିବା ପରେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ଏହି ଡଙ୍ଗାବୁଡି ଘଟଣାରେ  ଋଷିଆନ୍ ପରିବହନ ଅନୁସନ୍ଧାନକାରୀଙ୍କ ଦ୍ବାରା ଏକ ଅପରାଧିକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।

   Related Posts