ଘାଟ ପାରିବେଳେ ଟାଣିନେଲା ସୁଅ, ଓଲଟିଲା ଡଙ୍ଗା, ବୁଡିଗଲେ ୧୫ଜଣ : କ୍ୟାମେରାରେ କଏଦ ଲୋମଟାଙ୍କୁରା ଭିଡିଓ…

Published By : Prameya-News7 Bureau | October 21, 2021 IST

ଦରଭଙ୍ଗା ୨୧/୧୦ : ଳଗାଣ ବର୍ଷା କାରଣୁ ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ ଦେଖିବାକୁ ମିଳୁଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଏହାରି ମଧ୍ୟରେ ବିହାରର ଗୋପାଳଗଞ୍ଜ ଏବଂ ଦରଭଙ୍ଗାରେ ବନ୍ୟାର ଭୟଙ୍କର ରୂପ ଦେଖିବାକୁ ମିଳିଛି । ଭାରସାମ୍ୟ ହରାଇ ନଦୀର ପ୍ରଖର ସୁଅରେ ଭାସିଯାଇଛି ୨ଟି ଡଙ୍ଗା । ଦରଭଙ୍ଗାରେ ଡଙ୍ଗା ବୁଡିବାରୁ ୧୨ ଜଣ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୧୦ ଜଣ କୌଣସି ମତେ ପହଁରି କୁଳକୁ ଆସିଥିବା ବେଳେ ୨ ଜଣ ଏବେବି ନିଖୋଜ ଅଛନ୍ତି । ସେହିଭଳି ଗୋପାଳଗଞ୍ଜରେ ଡଙ୍ଗା ବୁଡିଯିବାରୁ ୩ ଜଣ ଭାସିଯାଇଥିଲେ । ସୌଭାଗ୍ୟବଶତଃ ସେମାନେ ମଧ୍ୟ କୁଳକୁ ଆସିବାରେ ସକ୍ଷମ ହୋଇଥିଲେ । ଡଙ୍ଗାବୁଡି ଘଟଣାର ଭିଡିଓ କ୍ୟାମେରାରେ କଏଦ ହୋଇଛି ।

wp:html /wp:html

ମିଳିଥିବା ସୂଚନା ଅନୁସାରେ, ଦରଭଙ୍ଗା ଘାଟରେ ପ୍ରଖର ସୁଅରେ ଗୋଟିଏ ଡଙ୍ଗା ଭାସିଯାଇଥିଲା । ଡଙ୍ଗାରେ ଥିବା ୧୨ ଜଣ ବ୍ୟକ୍ତି ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ ସୁଦ୍ଧା ପ୍ରଖର ସ୍ରୋତରେ ଭାସିଯାଇ ଗଣ୍ଡ ମଧ୍ୟକୁ ଚାଲିଯାଇଥିଲା । ଦରଭଙ୍ଗା ଜନ ସମ୍ପର୍କ ଉପ ନିର୍ଦେଶକ ଏନ୍‌ କେ ଗୁପ୍ତା କହିଛନ୍ତି, ୧୨ ଜଣ ଲୋକ ଡଙ୍ଗାରେ ଶିଶୋମା ଘାଟକୁ ଯାଉଥିଲେ । ଏହି ସମୟରେ ହଠାତ ପାଣିମାଡିଆସିଥିଲା ଏବଂ ଡଙ୍ଗାଡି ସୁଅରେ ଭାସିଯାଇଥିଲା । ଚାହୁଁ ଚାହୁଁ ଡଙ୍ଗାଟଇ ଗଣ୍ଡ ମଧ୍ୟକୁ ଚାଲିଯାଇଥିଲା । ସେଥିରେ ଥିବା ୧୨ ଜଣ ପାଣି ମଧ୍ୟକୁ ଖସିପଡିଥିଲେ । ୧୦ ଜଣ କୌଣସି ମତେ କୁଳକୁ ଆସିବାରେ ସକ୍ଷମ ହୋଇଥିଲେ ସୁଦ୍ଧା ୨ ଜଣ ଏବେବି ନିଖୋଜ ଅଛନ୍ତି । ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।

ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ବଡ ବଡ ନଦୀଗୁଡିକରେ ବନ୍ୟା ଆସୁଛି । ହଠାତ୍‌ ପାଣି ମାଡିଆସୁଥିବାରୁ ବହୁ ଧନ ଜୀବନ ନଷ୍ଟ ହେଉଛି । ଅନେକ ସ୍ଥାନରେ ନଦୀ ବନ୍ଧ ଭାଙ୍ଗିଯିବାରୁ ବନ୍ୟା ସୃଷ୍ଟି ହେଉଛି । ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷାରେ ୪୦ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଗଲାଣି । ଏନ୍‌ଡିଆର୍‌ଏଫ୍‌ ଏବଂ ଓଡ୍ରାଫ୍‌ ଟିମ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣୁ ଗତମୁଣ୍ଡରେ ବନ୍ୟା ସୃଷ୍ଟି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.