Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ସିଲେରୁ ନଦୀରେ ଡଙ୍ଗା ବୁଡି ୨ ନିଖୋଜ, ଜଣେ ଶିଶୁ ମୃତ

3/06/2019 at 11:03 AM

ମାଲକାନଗିରି ୩/୬ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତ ନିକଟରେ ଥିବା ସିଲେରୁ ନଦୀରେ ଏକ ଦେଶୀ ଡଙ୍ଗା ବୁଡି ଯାଇଛି । ଏହି ଘଟଣାରେ ଜଣେ ଶିଶୁ ପ୍ରାଣ ହରାଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି । ଡଙ୍ଗାଟି ପାଙ୍ଗମପାଡୁ ନଦୀ ଘାଟରୁ ବଚଲୁର ନିଜ ଗ୍ରାମକୁ ଯାଉଥିଲା ।

ଗତକାଲି ଆନ୍ଦ୍ରପ୍ରଦେଶ ସିଲେରୁ ହାଟ ସାରି ଏକ ଦେଶୀଦଙ୍ଗା ରେ ସତିବାବୁ ତାଙ୍କ ପତ୍ନୀ  ପାର୍ବତୀ ଓ ୨ ବର୍ଷର ଝିଅ ଦିବ୍ୟଶ୍ରୀ ସହ ଅନ୍ୟ ୨ ଜଣ ମହିଳା ପାଳସୀ ବୁଲମା ଓ ବି କ୍ରିଷ୍ଣା ବେଣୀ ସମେତ ୫ ଜଣ ୨ ଟି ଡଙ୍ଗାରେ ଯିବା ସମୟରେ ଝଡ ତୋଫାନରେ ଡଙ୍ଗା ଟି ବୁଡି ଯାଇଥିଲା । ଦୁର୍ଘଟଣାରେ ୨ଜଣ ନିଖୋଜ ଅଛନ୍ତି  । ସେମାନେ ହେଲେ ବୁଲମା ଓ କ୍ରିଷ୍ଣା ବେଣୀ  । ବର୍ତମାନ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଯାଇନାହାନ୍ତି । ଗାଁ ଲୋକେ ଖୋଜାଖୋଜି ଜାରିରଖିଛନ୍ତି ।

   Related Posts