Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପ୍ରବାସୀଙ୍କୁ ନେଇ ଯାଉଥିବା ଜାହାଜ ବୁଡ଼ିଲା, ୪୫ ନିଖୋଜ, ଉଦ୍ଧାରକାର୍ଯ୍ୟ ଜାରି

23/07/2021 at 7:18 PM

ନୂଆଦିଲ୍ଲୀ ୨୩/୭: ତୁର୍କୀରେ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯାଇଥିବା ଖବର ମିଳିଛି । ଏଥିରେ ୪୫ ଜଣ ଥିଲେ। ସେମାନେ ସମସ୍ତେ ନିଖୋଜ ଅଛନ୍ତି । ତୁର୍କୀ ନୌସେନା ଏବଂ ଏୟାରକ୍ରାଫ୍ଟସ୍‌ ନିଖୋଜ ଲୋକମାନଙ୍କୁ ଉଦ୍ଧାର ପାଇଁ ଅପରେସନ ଆରମ୍ଭ କରିଛନ୍ତି ।

ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଜାହାଜରେ ଥିବା ସମସ୍ତ୍ର ଯାତ୍ରୀ ପ୍ରବାସୀ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଖବର ମିଳିଥିଲା ଏକ ଜାହାଜ ବୁଡ଼ିବାକୁ ଯାଉଛି । ଏହି ଦୁର୍ଘଟଣା ତୁର୍କୀର କାସ ସହରରୁ ୨୫୬ କିମି ଦୂର ଦକ୍ଷିଣପଶ୍ଚିମରେ ହୋଇଛି ।

ଏନେଇ ଜଣାପଡ଼ିବା ପରେ ନୌସେନାର ଦୁଇଟି ଜାହାଜକୁ ସେଠାକୁ ପଠାଯାଇଛି । ଏହା ସହ ଏରୋପ୍ଲେନ ମଧ୍ୟ ମୁତୟନ କରାଯାଇଛି । ଖରାପ ପାଣିପାଗ ଯୋଗୁ ସର୍ଚ୍ଚ ଅପରେସନ୍‌ ସହଜ ହେଉନଥିବା ସୂଚନା ମିଳିଛି ।

   Related Posts