Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପୁଣି ନର୍ମଦା ନଦୀରେ ବୁଡ଼ିଲା ଡଙ୍ଗା, ୬ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି

8/01/2021 at 7:10 PM

ଖଣ୍ଡଓ୍ବା ୦୮/୦୧: ମଧ୍ୟପ୍ରଦେଶର ଖଣ୍ଡଓ୍ବାରେ ନର୍ମଦା ନଦୀରେ ବୁଡ଼ିଗଲା ଡଙ୍ଗା। ଡଙ୍ଗାରେ ୧୪ ଜଣ ଥିଲେ। ସେଥିମଧ୍ୟରୁ ୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ସମସ୍ତ ଯାତ୍ରୀ ନର୍ମଦା ନଦୀ ମଧ୍ୟ ଦେଇ ଓଢ଼ାନେ ଯାଇଥିଲେ। ଏବେ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଶୁକ୍ରବାର ଦିପ୍ରହରରେ ଡଙ୍ଗା ବୁଡ଼ିବା ଘଟଣା ଜଣାପଡ଼ିଥିଲା। ସଙ୍ଗେସଙ୍ଗେ ୮ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ତେବେ ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚିବା ପୂର୍ବରୁ ମତ୍ସ୍ୟଜୀବୀମାନେ ୮ ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ଏହି ଦୁର୍ଘଟଣା ଖେଡି ଘାଟ ଓ ନବଘାଟ ମଝିରେ ମୋରଟାକା ପୋଲ ତଳେ ଅପରାହ୍ଣ ୩ଟାରେ ଘଟିଛି। ଡଙ୍ଗାଟି ମୋରଟାକା ରେଳ ବ୍ରିଜ୍‌କୁ ଧକ୍କା ଦେବାରୁ ବୁଡ଼ି ଯାଇଥିଲା । ସ୍ଥାନୀୟ ମତ୍ସ୍ୟଜୀବୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଡଙ୍ଗାଟି ସମ୍ପୂର୍ଣ୍ଣ ବୁଡ଼ିସାରିଥିଲା। ତଥାପି ସେମାନେ ୮ ଜଣଙ୍କୁ ଉଦ୍ଧାର କରିପାରିଛନ୍ତି।

ପରେ ପରେ ପୋଲିସ ଉଦ୍ଧାରକାରୀ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା। ସେପଟେ ଗୁରୁତରମାନଙ୍କୁ ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

   Related Posts