Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ନଦୀରେ ଥିବା ପୋଲ ସହ ଧକ୍କା ହେଲା ଯାତ୍ରୀବାହୀ ଡଙ୍ଗା:୧୯ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

21/01/2020 at 4:57 PM

ଗୋଣ୍ଡା ୨୦।୦୧: ପୋଲରେ ଧକ୍କା ହୋଇ ଓଲଟିଲା ଯାତ୍ରୀବାହୀ ଡଙ୍ଗା । ଉତ୍ତରପ୍ରଦେଶର ଗୋଣ୍ଡା ଅଞ୍ଚଳ ଦେଇ ଯାଇଥିବା ସରୟୁ ନଦୀରେ ଥିବା ପୀପେ ପୋଲରେ ଧକ୍କା ହୋଇ ଓଲଟିଛି ଯାତ୍ରାବାହୀ ଡଙ୍ଗା । ଡଙ୍ଗାରେ ୩୨ଜଣ ଲୋକ ଯାତ୍ରା କରୁଥିଲେ , ସେମାନଙ୍କ ମଧ୍ୟରୁ ୧୨ଜଣ ପହଁରି ପହଁରି ନଦୀ କୂଳକୁ ଆସିଛନ୍ତି । କିନ୍ତୁ ଡଙ୍ଗାରେ ଥିବା ଆଉ ୧୯ଜଣ ନିଖୋଜ ଥିବା ବେଳେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଓ ବୁଡାଳି ମିଶି ନଦୀରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ଏକ ଟିମ୍ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ, ଅଯୋଧ୍ୟାରୁ ଗୋଣ୍ଡାର ଏଲି ପରସୋଲୀ ଗାଁକୁ ମଙ୍ଗଳବାର ଦିନ ଏକ ଯାତ୍ରୀବାହୀ ଡଙ୍ଗା ଗସ୍ତ କରିଥିଲା । ପିପେ ପୋଲ ସହ ଡଙ୍ଗା ଧକ୍କା ହୋଇଥିଲା , ପରେ ଡଙ୍ଗାଟି ପାଣିରେ ଓଲଟି ପଡିଥିଲା ।  ଡଙ୍ଗାରେ ନିକଟସ୍ଥ  ପ୍ରଥାମିକ ସ୍କୁଲ ଶିକ୍ଷକ ସନ୍ଦୀପ ଗୁପ୍ତା ଗସ୍ତ କରୁଥିଲେ , ଯିଏକି ପାଣିରେ ବୁଡି ଯାଇ ମୃତ୍ୟୁ ହୋଇଛି । ସନ୍ଦୀପ ଅଯୋଧ୍ୟା ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି ।

ତେବେ ଡଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହେବା ପରେ କିଛି ଲୋକ ପହଁରି ପହଁରି କୂଳ ଆସିଛନ୍ତି । ଡଙ୍ଗାରୁ ଦୁଇ ଜଣ ମହିଳା, ଦୁଇ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ SDRF, PACଙ୍କୁ ନିୟୋଜିତ କରାଯାଇଛି । ଡଙ୍ଗାର ନାବିକ ଅବସ୍ଥା ଭଲ ରହିଛି । ତାଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା କରାଯାଉଛି ବୋଲି ଗୋଣ୍ଡା ଡିଏମ୍ ସୂଚନା ଦେଇଛନ୍ତି ।  

   Related Posts