ଗଙ୍ଗା ନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା: ୩୦ ଉଦ୍ଧାର, ୨୦ ନିଖୋଜ

Published By : Prameya-News7 Bureau | November 05, 2020 IST

ଗୋପାଳପୁର ୦୫/୧୧ : ବିହାର ଭଗଲପୁରରୁ କା ବଡ଼ ଖବରଷିଛି। ଗଙ୍ଗା ନଦୀରେ ଯାତ୍ରୀବାହୀ ଡଙ୍ଗା ଓଲଟି ପଡିଛି। ଡଙ୍ଗା ଓଲଟି ୨୦ଜଣ ଯାତ୍ରୀ ନିଖୋଜ ଅଛନ୍ତି। ନବଗଛିୟା ଗୋପାଳପୁର ତିନଟଙ୍ଗା ଜାହାଜ ଘାଟ ନିକଟରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଡଙ୍ଗାରେ ୫୦ ରୁ ଅଧିକ ଯାତ୍ରୀ ଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୩୦ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ମଧ୍ୟ ଆହୁରି ୨୦ ଜଣ ନିଖୋଜ ଥିବା କୁହାଯାଉଛି। ସ୍ଥାନୀୟ ନାବିକମାନଙ୍କ ସାହାଯ୍ୟରେ ଖୋଜାଖୋଜି ଜାରି ରହିଛି।

ସୂଚନା ଅନୁଯାୟୀ, ଗୋପାଳପୁର ପୋଲିସ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏନଡିଆରଏଫ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି। ଏନଡିଆରଏଫ ଟିମ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ଡଙ୍ଗା ଓଲଟିବା ପରେ ସ୍ଥାନୀୟ ଲୋକ ଓ ନାବିକଙ୍କ ସାହାଯ୍ୟରେ ପାଖାପାଖି ୩୦ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। କିଛି ଲୋକ ପହଁରି ନିଜ ଜୀବନ ରକ୍ଷା କରିଛନ୍ତି। କିନ୍ତୁ ଏବେ ମଧ୍ୟ ୨୦ ଜଣ ଯାତ୍ରୀ ନିଖୋଜ ଥିବା ଜଣାପଡିଛି। ଉଦ୍ଧାର କରାଯାଇଥିବା ଲୋକଙ୍କୁ ଗୋପାଳଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.