୨୦ ଜଣଙ୍କୁ ନେଇ ଯାଉଥିବା ଡଙ୍ଗା ଓଲଟିଲା

Published By : Prameya-News7 Bureau | August 14, 2019 IST

ପଟ୍ଟାମୁଣ୍ଡାଇ ୧୪|୮: କେନ୍ଦ୍ରାପଡା ଜିଲ୍ଲା ଡିମିରିପାଳ ପଂଚାୟତର କାଣି ନଦୀ ମଧୁବନରେ ଡଙ୍ଗା ଓଲଟି ପଡିଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡଙ୍ଗାରେ ଥିବା ଯାତ୍ରୀ ।

ସୂଚନାଯୋଗ୍ୟ ଯେ, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଓଲଟି ପଡିଛି ଡଙ୍ଗା । କୂଳ ନିକଟରେ ଓଲଟିବା ଯୋଗୁଁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ଡଙ୍ଗାରେ କିଛି ସ୍କୁଲ ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି । ତେବେ ଅଧିକ ଯାତ୍ରୀ ଥିବା ଯୋଗୁଁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.