କୋରାପୁଟ କୋଲାବ ଡ୍ୟାମରେ ଡଙ୍ଗା ବୁଡି ଜଣେ ନିଖୋଜ, ଜଣେ ଗୁରୁତର

Published By : Prameya-News7 Bureau | February 03, 2019 IST

କୋରାପୁଟ ୩/୨ : କୋଲାବ ଡ୍ୟାମରେ ଡଙ୍ଗା ବୁଡ଼ି ଯାଇଛି | କୋରାପୁଟ ଜିଲ୍ଲା ଲମତାପୁଟ କୋଲାବ ଜଳ ଭଣ୍ଡାରରେ ଆଜି ସକାଳେ ଦଙ୍ଗା ବୁଡି ଯାଇଥିଲା | କୋଲାବ ହର୍ଲା ଘାଟରେ ଡଙ୍ଗା ବୁଡି ଯିବା ଫଳରେ ଜଣେ ନିଖିଜ ଅଛନ୍ତି | ଡ୍ୟାମରେ ଡଙ୍ଗା ବୁଡି ଯିବାରୁ ଜଣକୁ ଉଦ୍ଧାର କରାଯାଇଛି | ଉଦ୍ଧାର ବ୍ୟକ୍ତି ଜଣକ ହେଲେ ଗୋପୀ ହଣ୍ଡାଳ | ନିଖୋଜ ଥିବା ବ୍ୟକ୍ତି ହେଲେ ଗୁରୁ ହଣ୍ଡାଳ | ଆହତ ଗୋପୀ ହଣ୍ଡାଳଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |


ସୂଚନାଯୋଗ୍ୟ ଯେ, ଜଳଭଣ୍ଡାରର ମଝି ଜାଗାରେ ଡଙ୍ଗା ବୁଡି ଯାଇଥିଲା | ଜଣକୁ ଉଦ୍ଧାର କରାଯାଇଥିଲା କିନ୍ତୁ ଅନ୍ୟ ଜଣେ ନିଖୋଜ ଅଛନ୍ତି | ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରାଯାଇଛି | କିନ୍ତୁ ଅଗ୍ନିଶମ ବିଭାଗ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଂଚି ନାହାନ୍ତି | ସ୍ଥାନୀୟ ଲୋକେ ପାଖାପାଖି ଅଂଚଳରେ ଖୋଜାଖୋଜି କରୁଛନ୍ତି | ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.