ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗା ବୁଡି ୪ଜଣ ନିଖୋଜ
11/09/2018 at 9:11 AM

ମାଲକାନଗିରି ୧୧|୯: ଡଙ୍ଗା ବୁଡି ୪ ଜଣ ନିଖୋଜ । ମାଲକାନଗିରି ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡିଯାଇଛି । ନିଖୋଜଙ୍କ ମଧ୍ୟରେ ତିନି ମହିଳା ଓ ଜଣେ ଶିଶୁ ଅଛନ୍ତି । ସମସ୍ତ ନିଖୋଜ ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ବର୍ଲାବନ୍ଧ ଗାଁର । ଗୋଟିଏ ଦେଶୀ ଡଙ୍ଗାରେ ସାତ ଜଣ ଯାତ୍ରୀ ଯାଉଥିବା ବେଳେ ଡଙ୍ଗାଟି ବୁଡିଯାଇଥିଲା । ଏମାନେ ଚାଷ କାମ ସାରି ଘରକୁ ଫେରୁଥିବା ବେଳେ ଅଘଟଣ ଘଟିଥିଲା । ସ୍ଥାନୀୟଲୋକଙ୍କ ଦ୍ବାରା ଉଦ୍ଧାରକାର୍ଯ୍ୟ ଆରମ୍ଭ ହେ।ଇଛି । ଏପର୍ଯ୍ୟନ୍ତ ଡଙ୍ଗାଟିକୁ ମଧ୍ୟ ଠାବ କରାଯାଇପାରିନାହିଁ । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ଓଡ୍ରାଫ ଟିମ୍ ମଧ୍ୟ ପହଞ୍ଚିନାହିଁ ।
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021