୨୪ ଘଣ୍ଟାରେ ଦ୍ୱିତୀୟ ନୌକା ଦୁର୍ଘଟଣା : ବୁଡ଼ିଗଲେ ୫ ଜଣ, ୩ ଜଣଙ୍କ ଶବ ଜବତ

Published By : Prameya-News7 Bureau | July 31, 2020 IST

ଗୋପାଳଗଞ୍ଜ ୩୧/୦୭ : ବିହାର ଗୋପାଳଗଞ୍ଜ ଜିଲ୍ଲାରେ ୨୪ ଘଣ୍ଟାରେ ଦ୍ୱିତୀୟ ନୌକା ଦୁର୍ଘଟଣା ଘଟିଛି | ବୈକୁଣ୍ଠପୁର ପରସୌନି ମଲାହିରେ ନୌକା ଦୁର୍ଘଟଣା ଘଟିଛି | ଦୁର୍ଘଟଣାରେ ୫ ଜଣ ବୁଡି ଯାଇଥିବା ବେଳେ ୩ ଜଣଙ୍କ ଶବ ଜବତ ପାଣିରୁ ଜବତ ହୋଇଛି | ଆଉ ୨ ଜଣଙ୍କ ତଲାସୀ ଜାରି ରହିଛି | ଡଙ୍ଗାରେ ୫ ଜଣ ବସିଥିବା ଜଣାପଡିଛି | ଅନ୍ୟ ନୌକା ଦୁର୍ଘଟଣା ରାମନଗରରେ ଘଟିଛି ଯେଉଁଥିରେ ୨ ଜଣଙ୍କ ଶବ ଜବତ ହୋଇଛି |

{"id":308197,"sizeSlug":"large"}

ବାଂୟାଗ୍ରସ୍ତ ଗୋପାଳଗଞ୍ଜ ଜିଲ୍ଲାର ଅନେକ ଅଞ୍ଚଳ ପାଣି ଘେରରେ ରହିଛି | ବନ୍ୟା ଯୋଗୁଁ ଅନେକ ଅଞ୍ଚଳର କ୍ଷୟକ୍ଷତି ହୋଇଛି | ବରେଲୀ ଅନ୍ତର୍ଗତ ଦେବାପୁର, ପ୍ୟାରେପୁର, ସିସଇ ନଗର ପଞ୍ଚାୟତର ୨୧ଟି ୱାର୍ଡରେ ହଜାର ହଜାର ଲୋକ ଏବେ ମଧ୍ୟ ଜଳବନ୍ଦୀ ହୋଇ ରହିଛନ୍ତି | ଲୋକଙ୍କ ଘରେ ପାଣି ପସିଥିବାରୁ ଅଧିକାଂଶ ଲୋକଙ୍କ ଘରେ ରୋଷେଇ ମଧ୍ୟ ହୋଇପାରୁନାହିଁ | ଚାଳଛପର ଘରେ ରହୁଥିବା ଲୋକଙ୍କ ଜିନିଷ ପତ୍ରଠୁ ଆରମ୍ଭ କରି ଚୁଲି ମଧ୍ୟ ବନ୍ୟାଜଳରେ ଭାସି ଯାଇଛି | ଅନେକ ଲୋକ ଗାଁ ଛାଡି ପଳାୟନ କରିଛନ୍ତି | ଯେଉଁମାନଙ୍କ ଛାତ ଘର ଅଛି ସେମାନଙ୍କ ଘରେ ମଧ୍ୟ ଚୁଲି ଲାଗିପାରୁନି | ଜୀବନ ବିକଳରେ ଲୋକେ ଯେଉଁଠି ପାଇଲେ ସେଇଠି ଶରଣ ନେଇଛନ୍ତି | ରାସ୍ତା, ପୋଲ ଧୋଇ ହୋଇଯାଇଥିବାରୁ ଅନ୍ୟ ଗାଁ ସହ ସମ୍ପର୍କ ଛିନ୍ନ ହୋଇଛି | ଗାଁର ଅଧିକାଂଶ କଲା ପାଣିରେ ବୁଡି ରହିଛି | ଏହିଭଳି ପରିସ୍ଥିତିରେ ଲୋକେ ମଇଳା ପାଣି ମଧ୍ୟ ପିଇବାକୁ ବାଧ୍ୟ ହେଉଛନ୍ତି |

{"id":308198,"sizeSlug":"large"}

ଗଣ୍ଡାକ ନଦୀର ଜଳସ୍ଥର ବୃଦ୍ଧି ପାଇଥିବାରୁ ଗତ ୩ ଦିନ ହେଲା ଲୋକେ ନାନା ହଇରାଣ ହେଉଛନ୍ତି | ପ୍ରକୃତି ମାଡରେ ପୁଣିଥରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ଜୀବନ ବଂଚିବା ଦୁର୍ବିସହ ହୋଇପଡିଲାଣି | ମହିଳାମାନଙ୍କ ଦଶା ଆହୁରି ଖରାପ | ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକେ ରାତିରେ ଶୋଇ ମଧ୍ୟ ପାରୁନାହାନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.