Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ହୁକିଟୋଲାରୁ ପିକନିକ ସାରି ଫେରୁଥିବା ଡଂଗା ବୁଡିଗଲା : ଜଣେ ମହିଳା ମୃତ, ୪ଶିଶୁଙ୍କ ସମେତ ୮ ନିଖୋଜ

2/01/2019 at 9:18 PM

ମହାକାଳପଡା୨\୧: ସମୁଦ୍ର ମଧ୍ୟରେ ଥିବା ଦ୍ବିପାଞ୍ଚଳ ହୁକିଟୋଲାରୁ ପିକନିକ ସାରି ଫେରୁଥିବା ଏକ ଡଂଗା କେନ୍ଦ୍ରାପଡ଼ା ବତୀଘର ନିକଟ ନିପାଣିଆ ବା ବତୀଘର  ନଦୀରେ ଓଲଟି ପଡିଛି ।ମହାନଦୀ ଓ ସମୁଦ୍ରର ମିଶ୍ରଣସ୍ଥଳ ବା ମୁହାଣ ଅଂଚଳରେ  ଆଜି ସଂଧ୍ୟ୭ଟା ବେଳକୁ ଏହି ଦୁର୍ଘଟଣା ଘଟିଛି ।  ଡଙ୍ଗା ଓଲଟି ପଡିବା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ, ୮ଜଣ ନିଖୋଜ ଥିବା ଖବର ମିଳିଛି ।

ଜମ୍ବୁ ଥାନା ଅନ୍ତର୍ଗତ ଏହି ଅଂଚଳଟି ଦୁର୍ଗମ ହୋଇଥିବାରୁ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଂଚି ପାରିନଥିଲା । ସ୍ଥାନୀୟ ଲୋକେ ହିଁ ଉଦ୍ଧାର କାର୍ଯ୍ୟ କରିଥିଲେ । ତେବେ ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ସହଜ ନୁହେଁ । ମହାକାଳପଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ବାହାରି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପହଂଚିନଥିବା ଜଣାପଡିଛି ।

ଡଂଗାରେ  ପାରାଦୀପ ଭୂତମୁଣ୍ଡେଇ ଅଞ୍ଚଳରେ ଥିବା ହସିନା ଗାଁର ଅଧିକାଂଶ ଲୋକ ଥିବା ଜଣା ପଡିଛି । ଡଂଗାରେ ପ୍ରାୟ ୫୦ରୁ ୬୦ ଜଣ ଯାତ୍ରୀ ଥିଲେ । ଭାରସାମ୍ୟ ହରାଇ ଡଂଗାଟି ଓଲଟି ପଡିଥିବା କୁହାଯାଉଛି । ଏବେ ବି ନିଖୋଜ ଥିବା ୮ ଜଣଙ୍କ ମଧ୍ୟରେ ୪ଜଣ ଶିଶୁ ରହିଛନ୍ତି ।

ସମୁଦ୍ର ଭିତରେ ଥିବା ଦ୍ବିପାଞ୍ଚଳ ହୁକିଟୋଲାକୁ ଡଙ୍ଗା ସାହାର୍ଯ୍ୟରେ ପିକନିକ କରିବା ପାଇଁ ବହୁ ଲୋକଯାଇଥାନ୍ତି । କିନ୍ତୁ କେଉଁ କାରଣ ଯୋଗୁଁ ଡଂଗାଟି ଓଲଟି ପଡିଲା ତାହା ଜଣାପଡି ନାହିଁ । ରାତିରେ ଉଦ୍ଧାର କାର୍ଯ୍ୟ ହୋଇପାରିବ କି ନାହିଁ ତାକୁ ନେଇ ସଂଦେହ ସୃଷ୍ଟି ହୋଇଛି । ଏହି ବତୀଘର ନିପାଣିଆ ନଈରେ କୁମ୍ବୀର ଥିବା ମଧ୍ୟ କୁହାଯାଉୁଛି । ଫଳରେ ଉଦ୍ଧାର କାର୍ଯ୍ୟ ଅଧିକ ଜଟିଲ ହେବା ଆଶଂକା ସୃଷ୍ଟି ହୋଇଛି ।  

   Related Posts