Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଗଙ୍ଗାରେ ଓଲଟିଲା ଡଙ୍ଗା: ସାତ ଉଦ୍ଧାର, ଅନେକ ନିଖୋଜ, ଉଦ୍ଧାରକାର୍ଯ୍ୟରେ ଜୁଟିଛି ଏନଡିଆରଏଫ

6/12/2020 at 9:40 PM

ବାରଣାସୀ ୦୬।୧୨: ବାରଣାସୀରେ ରବିବାର ସନ୍ଧ୍ୟାରେ ବଡ ଦୁର୍ଘଟଣା ଘଟିଛି। ଗଙ୍ଗା ନଦୀରେ ନୌକା ଓଲଟି ଯାଇଛି। ସାତ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନେକ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କ ସନ୍ଧାନ ପାଇଁ ଏନଡିଆରଏଫଙ୍କୁ ନିୟୋଜିତ କରାଯାଇଛି।

ସୂଚନା ଅନୁଯାୟୀ, ରବିବାର ଛୁଟି ଦିନ ଥିବାରୁ କିଛି ଲୋକ ନୌକାରେ  ବୁଲିବା ପାଇଁ ବାହାରିଥିଲେ। ଏହି ସମୟରେ ଭଦୈନୀ ଘାଟ ସାମ୍ନାରେ ଡଙ୍ଗାରେ ବସିଥିବା ଲୋକେ ସେଲ୍‌ଫି ନେବାରେ ବ୍ୟସ୍ତ ଥିଲେ। ଫଳରେ ନୌକା ଭାରସାମ୍ୟ ହରାଇ ଓଲଟି ଯାଇଥିଲା। ଅନେକ ଲୋକ ପାଣିକୁ ଖସି ଯାଇଥିଲେ। ଚିତ୍କାର ଶୁଣି ଅନେକ ଲୋକ କାଳ ବିଳମ୍ବ ନକରି ନଦୀକୁ ଡେଇଁଥିଲେ ଓ ସାତ ଜଣଙ୍କୁ ଉଦ୍ଧାର କରି ଅନ୍ୟ ଡଙ୍ଗାରେ ବସାଇଥିଲେ। ଘଟଣାର ସୂଚନା ମିଳିବା ମାତ୍ରେ ଅଧିକାରୀ ଓ ପୁଲିସ ବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ପାଣି ବୁଡାଳିଙ୍କ ସାହାଯ୍ୟରେ ନିଖୋଜ ଲୋକଙ୍କ ସନ୍ଧାନ ଜାରି ରହିଛି। କିଛି ଲୋକଙ୍କ ଅନୁଯାୟୀ ଡଙ୍ଗାରେ ୯ ଜଣ  ବସିଥିଲେ।

ଜଣେ ନାବିକଙ୍କ ଅନୁଯାୟୀ ସମସ୍ତଙ୍କୁ ଉଦ୍ଧାର କରାଯାଇଛି,  ହେଲେ ଏହାର ଆଶଙ୍କା ରହିଛି ଯେ, କିଛି ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏସପି ସିଟି ଅନୁଯାୟୀ, ଉଦ୍ଧାର ହୋଇଥିବା ଅଧିକାଂଶ ଲୋକ ସ୍ଥାନୀୟ ବାସିନ୍ଦା। ସ୍ଥାନୀୟ ଲୋକଙ୍କ ଅନୁଯାୟୀ ଡଙ୍ଗାରେ ସେଲ୍‌ଫି ନେବା ଚକ୍କରରେ ଏମିତି ଘଟଣା ଘଟିଛି।

ନାବିକ ମନୋଜ କୁମାର ସାହାନୀଙ୍କ ଅନୁଯାୟୀ, ଡଙ୍ଗାର କ୍ଷମତା ୧୨ ଜଣ। ହେଲେ ଡଙ୍ଗାରେ ଛିଡା ହୋଇ ଲୋକେ ସେଲ୍‌ଫି ନେଉଥିଲେ। ଅନେକ ଥର ମନା କରିବା ସତ୍ଵେ ବି ସେମାନେ ଶୁଣିନଥିଲେ। ଫଳରେ ଜାନକୀ ଘାଟ ନିକଟରେ ଡଙ୍ଗା ଭାରସାମ୍ୟ ହରାଇଥିଲା। ଆଉ କିଛି  ଲୋକଙ୍କ ଅନୁଯାୟୀ ଡଙ୍ଗାରେ ୧୨ ରୁ ୧୫ ଜଣ ବସିଥିଲେ।

   Related Posts