ଚିତ୍ରକୋଣ୍ଡା ଅଞ୍ଚଳରେ ଆରମ୍ଭ ହେଲା ୧୦୮ ବୋଟ୍ ଆମ୍ବୁଲାନ୍ସ ସେବା, ପ୍ରତିଷ୍ଠା ହେବ ଶିକ୍ଷକ କ୍ଲଷ୍ଟର

Published By : Prameya-News7 Bureau | December 19, 2019 IST

ଚିତ୍ରକୋଣ୍ଡା ୧୯।୧୨: ସ୍ବାଭିମାନ ଅଂଚଳରେ ପ୍ରତିଷ୍ଠା ହେବ ଶିକ୍ଷକ କ୍ଲଷ୍ଟର, ଉପକୃତ ହେବେ ୭  ପଂଚାୟତ ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ୧୫ଜଣ ଶିକ୍ଷକ ରହିବାର ସୁବିଧା ହେବ । ଏଥିଲାଗି ୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଶିକ୍ଷକ କ୍ଲଷ୍ଟରରେ ଶିକ୍ଷକ ରହି ସ୍ଥାନୀୟ ଅଞ୍ଚଳରେ ପାଠ ପଢ଼ାଇବେ ।

{"id":199669,"sizeSlug":"large"}

ପୂର୍ବରୁ ସ୍କୁଲକୁ ଯାତାୟାତ ଅସୁବିଧା ଯୋଗୁଁ ବିଚ୍ଛିନ୍ନାଞ୍ଚଳରେ ପାଠପଢା ବାଧାପ୍ରାପ୍ତ ହେଉଥିଲା । ଏହି କ୍ଲଷ୍ଟର ହେବା ଦ୍ବାରା ସ୍ବାଭିମାନ ଅଞ୍ଚଳରେ ଶିକ୍ଷାର ମାନ ବଢି ପାରିବ ବୋଲି ସ୍ବାଭିମାନ ଅଂଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି । ଏହି କ୍ଲଷ୍ଟରକୁ ଗଣଶିକ୍ଷା ମନ୍ତ୍ରୀ ସାମୀର ଦାସ ଶିଳାନ୍ୟାସ କରିଛନ୍ତି । ଏହି ଅଂଚଳରେ ଆଗାମୀ ଦିନରେ ଅଧିକ ସ୍କୁଲ ଓ ଶିକ୍ଷକ ନିଯୁକ୍ତି କରିବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

{"id":199670,"sizeSlug":"large"}

ସେହିପରି ରାଜ୍ୟ ସରକାରଙ୍କ ତରଫରୁ ୧୦୮ ବୋଟ୍ ଆମ୍ବୁଲାନ୍ସର ଉଦଘାଟନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଏହି ଅବସରରେ ମନ୍ତ୍ରୀ କରିଛନ୍ତି ଯେ, ଏହି ୧୦୮ ବୋଟ୍ ଆମ୍ବୁଲାନ୍ସ ଚାଲିବା ଦ୍ବାରା ୫ଟି ପଞ୍ଚୟତର ୨୦ ହଜାର ଲୋକ ଉପକୃତ ହେବେ ଓ ଏହି ୧୦୮ ବୋଟ୍ ଆମ୍ବୁଲାନ୍ସରେ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି। ଏହା ବିଚ୍ଛିନ୍ନାଞ୍ଚଳର କୁନ୍ତୁରୁପଦର ଗ୍ରାମରେ ରହିବ । ସେଠାରୁ ଯେକୌଣସି ରୋଗୀ କିମ୍ବା ଗର୍ଭବତୀ ମହିଳା ଶୀଘ୍ର ଚିତ୍ରକୋଣ୍ଡା ମେଡିକାଲରେ ଆସି ପହଁଚି ପାରିବେ ବୋଲି ଉନ୍ନୟନ କମିଶନର ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.