ଏବର୍ଷ ବଢିବ ମାଟ୍ରିକ୍ ପରୀକ୍ଷାକେନ୍ଦ୍ର ସଂଖ୍ୟା, ନିଜ ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

Published By : Prameya-News7 Bureau | February 25, 2021 IST

କଟକ ୨୫।୨: କୋଭିଡ୍ ପରିସ୍ଥିତି ଭିତରେ କିଭଳି ମାଟ୍ରିକ୍ ପରୀକ୍ଷା ହେବ ସେ ନେଇ ବୋର୍ଡ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କୋଭିଡ୍ ଯୋଗୁଁ ପରୀକ୍ଷା କେନ୍ଦ୍ର ସଂଖ୍ୟା ୨୦ରୁ ୩୦ ପ୍ରତିଶତ ବଢାଯିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।

ସେହିପରି ନିଜ ନିଜ ସ୍କୁଲରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ସେହିଭଳି ସ୍କୁଲ ଗୁଡିକରେ ସାମାଜିକ ଦୂରତା ଅବଲମ୍ବନ କରି କିଭଳି ପରୀକ୍ଷା କରାଯାଇପାରିବ, ସେ ନେଇ ଯୋଜନା ପ୍ରସ୍ତୁତ କରାଯାଉଥିବା ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ଗତବର୍ଷ ୨ ହଜାର ୮ ଶହ ୮ଟି ପରୀକ୍ଷା କେନ୍ଦ୍ରରେ ପିଲାମାନେ ପରୀକ୍ଷା ଦେଇଥିଲେ । ଚଳିତବର୍ଷ ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.