କଲମ ଛାଡ ଆନ୍ଦୋଳନରୁ ସୁଫଳ ନମିଳିବାରୁ ଧାରଣାରେ ବସିଛନ୍ତି ବୋର୍ଡ ଅଫ ରେଭିନ୍ୟୁର ସେକ୍ସନ ଅଫିସର

Published By : Prameya-News7 Bureau | August 20, 2018 IST

କଲମ ଛାଡ ଆନ୍ଦୋଳନରୁ ସୁଫଳ ନମିଳିବାରୁ ଧାରଣାରେ ବସିଛନ୍ତି ବୋର୍ଡ ଅଫ ରେଭିନ୍ୟୁର ସେକ୍ସନ ଅଫିସର । ଦାବି ଗୁଡିକ ମଧ୍ୟରେ ରହିଛି ଠିକା ନିଯୁକ୍ତି ବନ୍ଦ କରି,ଠିକା କର୍ମଚାରୀଙ୍କୁ ନିୟମିତ କରିବା, ଏହା ବ୍ୟତୀତ ପ୍ରମୂଖ ଦାବି ହେଉଛି କ୍ୟାଡର୍ ପୁନର୍ଗଠନ କରିବା । ଗତ ଏପ୍ରିଲ୍ ମାସରେ କ୍ୟାଡର ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର କିଛି ପ୍ରଶାସନିକ ଅଧିକାରୀ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ବାଧା ସୃଷ୍ଟି କରୁଛନ୍ତି ବୋଲି ସଂଘ ଅଭିଯୋଗ କରିଛି । ସଚିବାଳୟରେ ଯେଭଳି ଭାବେ କ୍ୟାଡରର ପୁନର୍ଗଠନ ହୋଇଛି, ସେହି ଢାଞ୍ଚାରେ ବୋର୍ଡ ଅଫ୍ ରେଭିନ୍ୟୁର ବିଭାଗୀୟ ସେକ୍ସସନ୍ ମୁଖ୍ୟଙ୍କ କ୍ୟାଡର ପୁନର୍ଗଠନ ପାଇଁ ଆନ୍ଦୋଲନରତ କର୍ମଚାରୀ ମାନେ ଦାବି କରିଛନ୍ତି । ଆନ୍ଦେ।ଳନ ଯେ।ଗୁଁ ବୋର୍ଡ ଅଫ୍ ରେଭିନ୍ୟୁ ବିଭାଗରେ ସ୍ୱାଭାବିକ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.