ଛାତ୍ରଙ୍କ ସମର୍ଥନରେ ଆଗକୁ ଆସିଲେ ସୋନୁ ସୁଦ୍, କହିଲେ-କରୋନା ସମୟରେ...

Published By : Prameya-News7 Bureau | April 11, 2021 IST

ନୂଆଦିଲ୍ଲୀ ୧୧।୦୪: ଅଭିନେତା ସୋନୁ ସୁଦ୍ କେବଳ ଲୋକଙ୍କୁ ସାହାଯ୍ୟ କରନ୍ତି ନାହିଁ ବରଂ ଅନେକ ସମ୍ଵେଦନଶୀଳ ପ୍ରସଙ୍ଗରେ ମଧ୍ୟ ଖୋଲାଖୋଲି ନିଜର ବିଚାର ରଖନ୍ତି। ବୋର୍ଡ ପରୀକ୍ଷା ରଦ୍ଦ କରିବା ଦାବି ନେଇ ସମଗ୍ର ଦେଶରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। କରୋନା ପ୍ରକୋପ ବଢୁଥିବା କାରଣରୁ ଛାତ୍ର-ଛାତ୍ରୀଙ୍କ ଦାବି ଏହା ଯେ, ପରୀକ୍ଷା ବାତିଲ ହେଉ କିମ୍ବା ଅନ୍ୟ ମାଧ୍ୟମରେ ପରୀକ୍ଷା କରାଯାଉ।

ଏହା ମଧ୍ୟରେ ସୋନୁ ସୁଦ୍ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ସେୟାର କରି ଛାତ୍ର-ଛାତ୍ରୀଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ସେ କହିଛନ୍ତି ଯେ, ବଢୁଥିବା ସଂକ୍ରମଣ ମଧ୍ୟରେ ପରୀକ୍ଷା ହେବା ଉଚିତ୍ ନୁହେଁ। ଯେବେ ଅନ୍ୟ ଦେଶରେ ମାମଲା ବଢୁଥିଲା ସେଠାରେ ମଧ୍ୟ ପରୀକ୍ଷା ବାତିଲ୍ କରାଯାଇଥିଲା। କିନ୍ତୁ ଯେଉଁ ସମୟରେ ଦେଶରେ ଲକ୍ଷାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ସେହି ସମୟରେ ଛାତ୍ର-ଛାତ୍ରୀଙ୍କୁ ପରୀକ୍ଷା ଦେବାକୁ କୁହାଯାଉଛି। ମୋ ମତରେ ଏମିତି କୌଣସି ବ୍ୟବସ୍ଥା ହେବା ଉଚିତ୍, ଯେଉଁଠି ଛାତ୍ରଙ୍କୁ ମୁସ୍କିଲ ସମୟରେ ଅନ୍ୟ ମାଧ୍ୟମରେ ପରୀକ୍ଷା ଦେଇ ପାରିବେ।

wp:html /wp:html

ସୋନୁଙ୍କ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେବେ ଛାତ୍ର-ଛାତ୍ରୀ  ପରୀକ୍ଷା ରଦ୍ଦ  କରିବାକୁ ଦାବି  କରୁଛନ୍ତି ସେହି  ସମୟରେ ସୋନୁଙ୍କ ଏହି ଭିଡିଓ ସେମାନଙ୍କୁ ପ୍ରୋତ୍ସାହିତ କରିପାରେ। ଏହି ଭିଡିଓ ଜରିଆରେ ସେମାନେ ସରକାରଙ୍କ ଉପରେ ଚାପ ପକାଇ ପାରିବେ। କାରଣ ସୋନୁ ନିଜ କାମ ଜରିଆରେ ଏମିତି ଛବି ତିଆରି କରିଛନ୍ତି ଯଦ୍ଵାରା ତାଙ୍କର ପ୍ରତିଟି ଟିପ୍ପଣୀକୁ ଗମ୍ଭୀରତାର ସହ ନିଆଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.