Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଆଇପିଏଲ୍‌ ସ୍ଥଗିତ ପରେ ଆଶଙ୍କାରେ ଭାରତରେ ଟି-୨୦ ଆୟୋଜନ, ପ୍ଲାନ ବି ପ୍ରସ୍ତୁତିରେ ଜୁଟିଲା ବିସିସିଆଇ

4/05/2021 at 6:20 PM

ନୂଆଦିଲ୍ଲୀ ୦୪।୦୫: ବାୟୋ ବବଲକୁ ଭେଦି ଖେଳାଳି କରୋନା ସଂକ୍ରମିତ ହେବା ଏବଂ ଦେଶରେ ବିଗୁଡୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଶେଷରେ ଆଇପିଏଲ୍ ୨୦୨୧କୁ ସ୍ଥଗିତ ରଖାଯାଇଛି। ଆଇପିଏଲ୍‌ର ଚଳିତ ସଂସ୍କରଣକୁ କରୋନା ଗ୍ରାସ କରିବା ପରେ ଏବେ ଦେଶରେ ଶେଷ ଆଡକୁ ହେବାକୁ ଥିବା ଟି-୨୦ ବିଶ୍ଵକପ୍‌ ଅନ୍ୟତ୍ର ସ୍ଥାନାନ୍ତର ହୋଇପାରେ। ଅନ୍ୟପଟେ ସେପ୍ଟେମ୍ବର ମାସରେ କରୋନାର ତୃତୀୟ ଲହର ଆସିବାର ଆଶଙ୍କା କରାଯାଉଛି। ତେଣୁ ୧୬ ଟିମ୍‌କୁ ନେଇ ଭାରତରେ ବିଶ୍ଵ କପ୍ ଆୟୋଜନ ବହୁ କଷ୍ଟକର ବ୍ୟାପାର।

ଏବେ ବିସିସିଆଇ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଦେଶରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍‌ ୟୁଏଇକୁ ସ୍ଥାନାନ୍ତର କରିପାରେ। ଏହାର ଆୟୋଜନ ବସିସିଆଇ ହିଁ କରିବ। ବିସିସିଆଇ ଅଧିକାରୀଙ୍କ ନିକଟରେ କେନ୍ଦ୍ର ସରକାରଙ୍କ କିଛି ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନାରେ ଟୁର୍ଣ୍ଣାମେଣ୍ଟ ୟୁଏଇରେ ଆୟୋଜନ ନେଇ ସହମତି ପ୍ରକାଶ ପାଇଛି। ବିସିସିଆଇର ଜୈନକ ଅଧିକାରୀ କହିଛନ୍ତି, ଚାରି ସପ୍ତାହରେ ଆଇପିଏଲ୍ ସ୍ଥଗିତ ହେବା ଏହାର ସଙ୍କେତ ଯେ, ଦେଶ ଗତ ୭୦ ବର୍ଷରେ  ନିଜର ସବୁଠୁ ଖରାପ ସ୍ଵାସ୍ଥ୍ୟ ସଙ୍କଟ ଦେଇ ଗତି କରୁଛି। ତେଣୁ ଏହି ଧରଣର ବୈଶ୍ଵିକ ପ୍ରତିଯୋଗିତା ଦେଶରେ ଆୟୋଜନ କରିବା ସୁରକ୍ଷିତ ନୁହେଁ।

ସେ କହିଛନ୍ତି, ଭାରତରେ ସେପ୍ଟେମ୍ବର-ନଭେମ୍ବରରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଏଥିପାଇଁ ସମ୍ଭବତଃ ଟୁର୍ଣ୍ଣାମେଣ୍ଟ ୟୁଏଇରେ ବିସିସିଆଇ ଆନୁକୂଲ୍ୟରେ ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ସେପ୍ଟେମ୍ବରରେ ଭାରତରେ ତୃତୀୟ ଲହରର ଚେତାବନୀ ଦେଇଛନ୍ତି। ଭାରତରେ ଏବେ ମଧ୍ୟ ସ୍ଥିତି ବିକଟାଳ ରହିଛି।

   Related Posts