ଭାରତରେ ଲଞ୍ଚ୍ ହେଲା BMW S 1000 XR ବାଇକ୍, ଦାମ୍ ଜାଣିଲେ ଉଡିଯିବ ହୋସ୍

Published By : Prameya-News7 Bureau | July 17, 2020 IST

ନୂଆଦିଲ୍ଲୀ ୧୭/୦୭ : ଦୁନିଆର ସବୁଠାରୁ ନାମୀ ବାହନ ନିର୍ମାତା କମ୍ପାନୀରେ ସାମିଲ ହୋଇଥିବା ଜର୍ମାନୀର BMW ନିଜର ସ୍ପୋର୍ଟ୍ସ ବାଇକ୍ ପାଇଁ ମଧ୍ୟ ସେତିକି ପ୍ରସିଦ୍ଧ ଯେତିକି ଲଗ୍ଜରି କାର ପାଇଁ ପ୍ରସିଦ୍ଧ | କମ୍ପାନୀର ବାଇକ୍ ୟୁନିଟ୍ BMW Motorrad ଭାରତରେ ସ୍ପୋର୍ଟ୍ସ ବାଇକ୍ ସେଗମେଣ୍ଟରେ ନିଜ ଆସ୍ଥାନ ପକ୍କା କରିବାକୁ ଚେଷ୍ଟା କରୁଛି | ବର୍ତ୍ତମାନ କମ୍ପାନୀ ଏହି କ୍ରମରେ ନୂଆ ମଡେଲ BMW S 1000 XR ଭାରତରେ ଲଞ୍ଚ କରିଛି | ଏହା ବାଇକର ନୂଆ ଜେନେରେସନ୍ ମଡେଲ୍ ଯାହାକୁ ୨୦୧୯ ମସିହାରେ ପ୍ରଥମେ ଦେଖାଯାଇଥିଲା | ଏହି ବାଇକରେ 999 ସିସି ର ଲିକ୍ୱିଡ୍ କୁଲ୍ଡ ଇନ୍-ଲାଇନ୍ ଫୋର୍ ସିଲିଣ୍ଡର୍ ଇଞ୍ଜିନ୍ ରହିଛି ଯାହା ବାଇକକୁ ସର୍ବୋତ୍ତମ ପାୱାର୍ ଦେଇଥାଏ |

{"id":301819,"sizeSlug":"large"}

S 1000 XR ୬ ଗିଅର୍ ବିଶିଷ୍ଟ ଏବଂ ଏହାର ପାୱାର୍ ଏତେ ଯେ ମାତ୍ର ୩.୩ ସେକେଣ୍ଡରେ ଘଣ୍ଟା ପ୍ରତି ୦-୧୦୦ କିମି ସ୍ପିଡ଼ ହାସଲ କରିପାରେ | ବାଇକର ଟପ ସ୍ପିଡ଼ ଘଣ୍ଟା ପ୍ରତି ୨୦୦ କିମି | ବାଇକରେ ୬.୫ ଇଞ୍ଚର କଲର୍ ଡ଼ିସପ୍ଲେ ରହିଛି | ଏହି ଡ଼ିସପ୍ଲେ BMW ଆପ ସହ ମଧ୍ୟ କନେକ୍ଟ ହୋଇପାରେ ଏବଂ ନେଭିଗେସନରେ ମଧ୍ୟ ସାହାଯ୍ୟ କରିଥାଏ | ଏହାସହ ବାଇକରେ ଥିବା ୪ଟି ରାଇଡିଙ୍ଗ୍ ମୋଡ଼ର ସୂଚନା ମଧ୍ୟ ଡ଼ିସପ୍ଲେରେ ଦେଖାଯାଇଥାଏ | ଏହାସହ ବାଇକରେ ଏନ୍ଟିଲକ୍ ବ୍ରେକିଙ୍ଗ୍ ସିଷ୍ଟମ୍, ହ୍ୱିଲି କଣ୍ଟ୍ରୋଲ, କୄଜ୍ କଣ୍ଟ୍ରୋଲ୍ ଭଳି ଫିଚର୍ସ ମଧ୍ୟ ରହିଛି ଯାହା ସ୍ପୋର୍ଟ୍ସ ବାଇକ୍ ସଉକିଆଙ୍କ ସହିତ ଲମ୍ବା ଯାତ୍ରାରେ ଯାଉଥିବା ବାଇକର୍ସଙ୍କୁ ମଧ୍ୟ ବହୁତ ପସନ୍ଦ ଆସିବ |

{"id":301821,"sizeSlug":"large"}

ଭାରତରେ ଏହି ବାଇକର ପ୍ରାରମ୍ଭିକ ମୂଲ୍ୟ ୨୦.୯୦ ଲକ୍ଷ ରଖାଯାଇଛି | ଏହାସହ ଏହା ଭାରତରେ କମ୍ପାନୀର ସବୁଠାରୁ ମହଙ୍ଗା ବାଇକ ହୋଇଯାଇଛି | ଏହି ବାଇକ୍ କେବଳ ଦୁଇଟି ରଙ୍ଗରେ ଉପଲବ୍ଧ- ଆଇସ୍ ଗ୍ରେ ଓ ରେସିଙ୍ଗ୍ ରେଡ୍ | ଏହି ବାଇକକୁ ସମସ୍ତ BMW Motorrad ଡ଼ିଲରସିପ୍ ନେଟୱାର୍କରୁ ଅର୍ଡର କରାଯାଇପାରିବ | ଏହି ବାଇକ୍ ସମ୍ପୂର୍ଣ ଭାବେ ଇମ୍ପୋର୍ଟେଡ୍ ଏବଂ ଭାରତରେ କେବଳ ଏହାର ବିକ୍ରି ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.