Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଭାରତ ବଜାରରେ ଲଞ୍ଚ ହେଲା BMW ମୋଟର ରାଡ୍ ବାଇକ୍, ଜାଣନ୍ତୁ ମୂଲ୍ୟ କେତେ?

27/05/2020 at 1:23 PM

ବିଏମଡବ୍ଲୁ ମୋଟର ରାଡ୍ ଭାରତରେ ତାଙ୍କର ୨ଟି ନୂଆ ବାଇକ୍ ମଡେଲ ଲଞ୍ଚ କରିଛନ୍ତି। ଏଥିରୁ ଗୋଟିଏ ଏଫ୍ ୯୦୦-ଆର୍‌ ହୋଇଥିବା ବେଳେ ଅନ୍ୟଟି ଏଫ୍ ୯୦୦-ଏକ୍ସଆର୍‌। ମୋଟର ରାଡ ହେଉଛି ଲଗଜରୀ କାର ନିର୍ମାତା ବିଏମଡବ୍ଲୁର ମୋଟରସାଇକେଲ ୟୁନିଟ୍। ଏହି ବାଇକ୍‌ଗୁଡିକ ଅର୍ଡର ଅନୁସାରେ କମ୍ପାନୀରୁ ଆମଦାନୀ ହେବ। ଭାରତରେ ଡିଲର ନେଟୱାର୍କ ଏହାକୁ ବିକ୍ରୟ କରିବେ।

ବିଏମଡବ୍ଲୁ ଏଫ ୯୦୦-ଆର୍‌ର ପ୍ରାରମ୍ଭିକ ମୂଲ୍ୟ ୯ଲକ୍ଷ ୯୦ଟଙ୍କା ହଜାର  ରହିବ। ସେହିପରି ଏଫ ୯୦୦-ଏକ୍ସଆର୍‌ର ମୂଲ୍ୟ ୧୦ଲକ୍ଷ ୫୦ ହଜାର ଟଙ୍କାରୁ ଆରମ୍ଭ। ଏଥିରେ ପ୍ରୋ ମଡେଲ ମୂଲ୍ୟ ୧୧ଲକ୍ଷ ୫୦ ହଜାର ଟଙ୍କା ହେବ। ବାଇକ୍ ଦେଖୋ ଅନୁସାରେ ଏହି ମୋଟରସାଇକେଲର ଫିଚର ଏହିପରି।

ଏହି ବାଇକ୍‌ଗୁଡିକ ୨ ସିଲିଣ୍ଡରର ଫୋରଷ୍ଟ୍ରୋକ୍ ଫୋର ଭାଲଭ୍ ଡିଓଏଚସି ଇଞ୍ଜିନ ଯୁକ୍ତ। ଏହାର ଆଗ ଓ ପଛ ଡିସ୍କବ୍ରେକ୍‌ ଥିବା ବେଳେ ଏଗୁଡିକର ଇନ୍ଧନ କ୍ଷମତା ଯଥାକ୍ରମେ ୧୩ ଲିଟର ଓ ୧୫ ଲିଟର ଟାଙ୍କିର। ଏଗୁଡିକ ଆଡଭେଞ୍ଚର ଟୁର ବାଇକ୍ ହୋଇଥିବା ବେଳେ ପ୍ରତି ମିନିଟ୍ ୮ହଜାର ୫୦୦ ରାଉଣ୍ଟରେ ୧୦୬.୪ ପିଏସ୍ ପାୱାର ଜେନେରେଟ କରିବ। ସେହିପରି ପ୍ରତି ମିନିଟ୍ ୬ହଜାର ୫୦୦ ରାଉଣ୍ଡରେ ୯୨ ଏନଏମ ଟର୍କ ସୃଷ୍ଟି କରିପାରିବ।     

   Related Posts