Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

BMW କାରରେ ଅଳିଆ ଆବର୍ଯ୍ୟନା ଉଠାଉଛନ୍ତି ବ୍ୟକ୍ତି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

23/11/2020 at 10:12 PM

ରାଞ୍ଚି ୨୩/୧୧ : BMW କାରରେ ଅଳିଆ ଆବର୍ଯ୍ୟନା  ଉଠାଉଛନ୍ତି ଜଣେ ବ୍ୟକ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଜଣେ ଯୁବ ବ୍ୟବସାୟୀ ପ୍ରିନ୍ସ୍ ଶ୍ରାବାସ୍ତବ ନିଜ ବିଳାସପୂର୍ଣ୍ଣ କାରରେ ଏଭଳି କାମ କରିବା ସମସ୍ତଙ୍କୁ ଚକିତ କରିଦେଇଛି । ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ ପ୍ରିନ୍ସ୍ ତାଙ୍କ ପିତାଙ୍କୁ ଏହି ବିଳାସପୂର୍ଣ୍ଣ କାର ଉପହାର ଦେବାକୁ କିଣିଥିଲେ । କିନ୍ତୁ କାର କିଣିସାରିବା ପରେ ସେ ଚିନ୍ତାରେ ରହୁଥିଲେ । ପ୍ରାୟ ସମୟରେ ସେ କାରର ମେଣ୍ଟେନାନସ୍ ପାଇଁ ଅଭିଯୋଗ କରିଆସୁଥିଲେ । ତାଙ୍କୁ ଏ ବାବଦରେ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡୁଥିଲା । କେବଳ ଏତିକି ନୁହେଁ କାର ସୋ-ରୁମର ବ୍ୟବହାରରେ ମଧ୍ୟ ଅତିଷ୍ଠ ହୋଇପଡିଥିଲେ । ତେଣୁ ସେ  BMW କାରରେ  ଅଳିହା ଆବର୍ଯ୍ୟନା ଉଠାଇବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ରିନ୍ସ କହିଛନ୍ତି ଯେ, କ୍ରିକେଟର ଇଶାନ କିଶାନ ଏବଂ ରଣଜୀ କ୍ରିକେଟର ଅଜାତଶତ୍ରୁଙ୍କର ମଧ୍ୟ ସମାନ ଅଭିଯୋଗ କରିଆସୁଛନ୍ତି । କାରର ସର୍ଭିସିଂ ଏବଂ ରିପ୍ୟାରିଙ୍ଗ ପାଇଁ ବହୁତ ହଇରାଣ ହେବାକୁ ପଡୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଅଭିଯୋଗ କରିବା ପରେ ମଧ୍ୟ ଗାଡି ସୋ-ରୁମର ମ୍ୟାନେଜର ନଶୁଣିବାରୁ ସେ ଏପରି କରିବାକୁ ପଦକ୍ଷେପ ନେଇଥିବା କହିଛନ୍ତି । ତେବେ ଆଗାମୀ ଦିନରେ ଏହାର ସମାଧାନ ନହେଲେ ସେ ଆଇନର ଆଶ୍ରୟ ନେବାକୁ ଚେତାଇ ଦେଇଛନ୍ତି ।

   Related Posts