Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲଜ୍ଜା : ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ ଉଦ୍ୟମ କଲା ବିଏମପି ଯବାନ

7/05/2019 at 1:30 PM

ମଧୁବନୀ ୭/୫: ମଧୁବନୀରେ ନିର୍ବାଚନ ଚାଲିଥିବାବେଳେ ମହିଳା ପୋଲିସ କର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା ସାମନାକୁ ଆସିଛି। ଏହି ଅମାନୁଷିକ କାଣ୍ଡ ଆଉ କେହି ନୁହେଁ ବରଂ ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ବିଏମପି ଯବାନ କରିଛନ୍ତି। ଏହି ଘଟଣା ପରେ ପୋଲିସ୍ ଥାନାରେ ହଇଚଇ ସୃଷ୍ଟି ହୋଇଛି। ବର୍ତ୍ତମାନ ପୋଲିସ୍ ଏହି ମାମଲାର ତଦନ୍ତ କରୁଛି।

ଏହି ଘଟଣାର ଅଭିଯୁକ୍ତ ବିଏମପି ୭ର ଯବାନ ରାଜେନ୍ଦ୍ର କୁମାରକୁ ଗିରଫ କରାଯାଇଛି। ପୀଡ଼ିତା ମହିଳା ପୋଲିସ୍ କର୍ମୀ ଆବେଦନ କରିବାରୁ ମହିଳା ଥାନାରେ ଏନେଇ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ ଯେ,ଜାଲେ ବିଧାନସଭା ଅଞ୍ଚଳର ଭୋଟ କେନ୍ଦ୍ର ସଂଖ୍ୟା ୧୩୫,୧୩୬ ଏବଂ ୧୩୭ ପାଇଁ ଜଣେ ମହିଳା ପୋଲିସ୍ କର୍ମୀ, ୩ଜଣ ପୁରୁଷ ପୋଲିସ୍ ଏବଂ ଜଣେ ହାବିଲଦାରଙ୍କୁ ପଠାଯାଇଥିଲା।

ରବିବାର ବିଳମ୍ବିତ ରାତିରେ ମହିଳା ପୋଲିସ୍ କର୍ମୀ ଏକ ରୁମରେ ଶୋଇଥିଲେ। ସେହି ସମୟରେ ମଧେପୁରା ଜିଲ୍ଲାର ମୁରଲୀଗଞ୍ଜ ଥାନା ଅଞ୍ଚଳର ବେଲୋହି ଗାଁ ବାସିନ୍ଦା ବିନ୍ଧେଶ୍ବର ପ୍ରସାଦଙ୍କ ପୁଅ ରାଜେନ୍ଦ୍ର କୁମାର ମହିଳା ପୋଲିସ୍ କର୍ମୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ଉକ୍ତ ମହିଳା ଚିତ୍କାର କରିବାରୁ ଅନ୍ୟ ସୁରକ୍ଷାକର୍ମୀମାନେ ଦୈାଡ଼ିଆସିଥିଲେ ଏବଂ ତାଙ୍କୁ ବଞ୍ଚାଇଥିଲେ।

   Related Posts