ବିଏମସିର ଅଭିନବ ପ୍ରୟାସ: ଭୁବନେଶ୍ବରରେ ପୁରୁଣା ପୋଷାକ ସଂଗ୍ରହ କରିବ ସ୍ବତନ୍ତ୍ର ବସ୍‌, ‘ହ୍ବିଲ୍‌‌ ଅଫ୍‌ କାଇଣ୍ଡନେସ୍‌’ ମାଧ୍ୟମରେ ଦୁଃସ୍ଥ-ଅସହାୟଙ୍କୁ ବାଣ୍ଟିବ

Published By : Prameya-News7 Bureau | April 02, 2021 IST

ଭୁବନେଶ୍ବର ୦୨/୦୪ : ଉତ୍କଳ ଦିବସ ଉପଲକ୍ଷେ ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଦୁଃସ୍ଥ ଏବଂ ଅସହାୟ ଲୋକମାନଙ୍କ ପାଇଁ ‘ହ୍ବିଲ୍ ଅଫ୍‌ କାଇଣ୍ଡନେସ୍‌’ ପ୍ରୟାସ ଆରମ୍ଭ କରିଛି ବିଏମସି । ଏହି ଯୋଜନା ଅଧିନରେ ଭୁବନେଶ୍ବରରେ ରହୁଥିବା ବ୍ୟକ୍ତିମାନେ ନିଜର ପୁରୁଣା ପୋଷାକ ଦାନ କରିପାରିବେ । ପରେ ସେଗୁଡିକୁ ମଧୂସୁଦନ ନଗର ସ୍ଥିତ ‘କାଇଣ୍ଡନେସ୍‌ ହବ୍‌’ରେ ସଫା କରାଯାଇ ପ୍ୟାକ୍‌ କରାଯିବା ।

{"width":753,"height":556}
Image

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ବତନ୍ତ୍ର ଭାବେ ତିଆରି ହୋଇଛି ‘କାଇଣ୍ଡନେସ୍‌ ଅନ୍‌ ହ୍ବିଲ୍ସ’ ନାମକ ଏକ ଭ୍ରାମ୍ୟମାଣ ବସ । ଏହି ବସରେ ପୋଷାକ ରଖିବା ପାଇଁ ସ୍ବତନ୍ତ୍ର ଭାବେ ରାକ୍‌ ତିଆରି କରାଯାଇଛି । ଏହା ସହିତ ଛୋଟ ପିଲା, ମହିଳା ଏବଂ ପୁରୁଷମାନଙ୍କ ପାଇଁ ଭିନ୍ନ ଭିନ୍ନ ରାକ୍‌ ରହିଛି । ଅସହାୟ ତଥା ଗରିବ ଲୋକମାନେ ଅନାୟାସରେ ବସରୁ ପୋଷାକ ନେଇପାରିବେ ।

{"width":730,"height":497}
Image

ଏହି କାର୍ଯ୍ୟର ତଦାରଖ ଦାୟିତ୍ବ ନେଇଛି ‘ବିକାଶ’ ନାମକ ଏକ ଏନ୍‌ଜିଓ ସଂସ୍ଥା । ସହରର ବିଭିନ୍ନ କୋଣ ଅନୁକୋଣରୁ ପୁରୁଣା ପୋଷାକ ସଂଗ୍ରହ କରିବା ସହିତ ସେଗୁଡିକୁ ସଫା କରିବା ଏବଂ ବଣ୍ଟନ ଦାୟିତ୍ବ ନେଇଛି ଏହି ସଂସ୍ଥା ।

{"width":748,"height":555}
Image

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.