ବିଏମ୍‌ସିର ହୋମ୍‌ ଡେଲିଭରି : ଘରେ ପହଞ୍ଚାଇବ ଗ୍ରୋସରୀ ଓ ପନିପରିବା , ପୋଲିସ କମିଶନର ଦେଲେ ସୂଚନା

Published By : Prameya-News7 Bureau | April 06, 2020 IST

ଭୁବନେଶ୍ୱର ୦୬।୦୪: ଭୁବନେଶ୍ବରବାସୀଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାକୁ ବିଏମସିର ତ୍ବରିତ ପଦକ୍ଷେପ । କମିଶନରେଟ ପୋଲିସ ପକ୍ଷରୁ ଆଜିଠାରୁ ଲକ୍ ଡାଉନକୁ କଡ଼ାକଡ଼ି କରାଯାଇଥିବା ବେଳେ ଗାଡ଼ିମଟର ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯେଉଁଥି ପାଇଁ ଘର ପାଖରେ ଗ୍ରୋସରୀ ସାମଗ୍ରୀ ଏବଂ ପନିପରିବା ଯୋଗାଇବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରିଛନ୍ତି ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ।

wp:core-embed/twitter {"url":"https://twitter.com/SarangiSudhansu/status/1247035671136464898","type":"rich","providerNameSlug":"twitter","className":""}
https://twitter.com/SarangiSudhansu/status/1247035671136464898
/wp:core-embed/twitter

ପୂର୍ବରୁ ୧୨୦ଟି ଗାଡ଼ି ଏହି ସାମଗ୍ରୀ ଯୋଗାଉଥିବା ବେଳେ ଏହି ସଂଖ୍ୟାକୁ ୨୦୦ କରିବାକୁ ନିଷ୍ପତି ନେଇଛି ବିଏମସି । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଶୁଂ ଷଡ଼ଙ୍ଗୀ । ସେହିପରି ବିଭିନ୍ନ ଅଭାବ ଅସୁବିଧା ପାଇଁ ଦୁଇଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ୧୯୨୯ ଏବଂ ୧୦୦ ମାଧ୍ୟମରେ ଲୋକେ ସେମାନଙ୍କର ଅଭାବ ତଥା ଅସୁବିଧା ନେଇ ଅଭିଯୋଗ ତଥା ଅନୁରୋଧ କରିପାରିବେ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.