Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ବିରୋଧରେ ବିଏମ୍‌ସିର ସଂଗ୍ରାମ, ସହରାଞ୍ଚଳ ଆଶ୍ରୟସ୍ଥଳୀରେ ହେଲା କୋଭିଡ୍ ପରୀକ୍ଷା

24/08/2020 at 10:24 PM

ଭୁବନେଶ୍ୱର୨୪/୮: ରାଜଧାନର ଭୁବନେଶ୍ୱରରେ କରୋନା ବିରୋଧରେ ଲଢ଼େଇକୁ ଆଗେଇ ନେବାପାଇଁ ଆଜି ଆଉ ଏକ ନୂତନ ପଦକ୍ଷେପ ନେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କର୍ତୃପକ୍ଷ । ସହରରେ ଥିବା ସମୁଦାୟ ୮ ଟି ଆଶ୍ରୟସ୍ଥଳୀରେ ଆରମ୍ଭ ହୋଇଛି କୋଭିଡ୍ ପାଇଁ ପରୀକ୍ଷଣ । ପଦକ୍ଷେପର ପ୍ରାରମ୍ଭ ଗତକାଲି ଗଙ୍ଗନଗର, ଭିମ୍ ପରୁ ଏବଂ ଚନ୍ଦ୍ରଶେଖରପୁର ସହରାଂଜଳ ଆଶ୍ରୟ ସ୍ଥଳୀ – ଏସ୍ ୟୁ ଏଚ୍ ରୁ ଆରମ୍ଭରୁ ହୋଇଥିବାବେଳେ ଆଜି ଘାଟିକିଆ ଏସ୍ ୟୁ ଏଚ୍ ରେ ଟେଷ୍ଟ୍ କରାଯାଇଛି ।

ଆଜିର ଘାଟକିଆ ଟେଷ୍ଟ ସଂଖ୍ୟା ୨୧ ଥିବାବେଳେ ଗତକାଲିର ତିନୋଟିଯାକ ଏସ୍ ୟୁ ଏଚ୍ ରେ ୧୦୨ ଟି ଟେଷ୍ଟ୍ ହୋଇଛି ।ଏହି ଟେଷ୍ଟ୍‌ର ବ୍ୟବସ୍ଥା ମୋବାଇଲ୍ ଭ୍ୟାନ୍ ଏବଂ କ୍ୟାପିଟାଲ୍ ହସ୍‌ପିଟାଲ୍ ଟିମ୍ ଦ୍ୱାରା କରାଯାଇଛି ।ତେବେ ଚନ୍ଦ୍ରଶେଖରପୁରର ଅନ୍ତେବାସୀମାନେ ନିକଟସ୍ଥ ପରୀକ୍ଷଣ କେନ୍ଦ୍ରକୁ ଯାଇ ପରୀକ୍ଷା କରାଇଛନ୍ତି । ବର୍ତମାନ ସହରର ବିଭିନ୍ନ ସ୍ଥାନରେ ଏସ୍ ୟୁ ଏଚ୍ ରହଛି ।

ଗଙ୍ଗ ନଗର, ଭିମ୍ ପୁର, ଚନ୍ଦ୍ର ଶେଖର ପରୁ , ମାଳିସାହି, ଅଶୋକ ନଗର ଏବଂ ସୋସିଆଲ୍ ଇକ୍ୟୁଟି ସେଂଟର୍‌ର ପରିଚାଲନା ଭାର ସାମାଜିକ ସଂଗଠନ ନତିତା ଉଦ୍ଧାର ସମିତି କରୁଥିବାେବେଳ ଘାଟିକିଆ ଏବଂ ବରମୁଣ୍ଡାର ପରିଚାଳନା ଭାର ଅନୁରୁପ ଅନୁଷ୍ଠାନ ବିକାଶ ଉପରେ ନ୍ୟସ୍ତ ରହିଛି । ଗଙ୍ଗନଗର ଏବଂ ଚନ୍ଦ୍ର ଶେଖରପୁର ଏସ୍ ୟୁ ଏଚ୍ ରେ ମାନସିକ ସମସ୍ୟା ଯୁକ୍ତ ଅନ୍ତେବାସୀ ଏବଂ ମହିଳା ଅନ୍ତେବାସୀ ରହୁଥିବାବେଳେ ଗତକାଲିର ଟେଷ୍ଟ୍‌ରେ ୨୪ ଜଣ ମହିଳା ଥିଲେ । ଖୁବ୍ ଶୀଘ୍ର ଅନ୍ୟ ସମସ୍ତ ଏସ୍ ୟୁ ଏଚ୍ ରେ ପରୀକ୍ଷଣ କରାଯିବ ଏବଂ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ।

ସୂଚନାଯୋଗ୍ୟକି, ବି ଏମ୍ ସି ଅଧିନରେ ୧୭ ଅଗଷ୍ଟରେ ସ୍ଥାନୀୟ ବଦ୍ଧୁ ନଗରରେ କୁଷ୍ଠ ଆକ୍ରାନ୍ତ ଏବଂ ଦିବ୍ୟାଙ୍ଗଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପରୀକ୍ଷଣ କ୍ୟାମ୍ପ୍ କରାଯାଇଥିଲା ଯେଉଁ ଥିରେକି ୭୨ ଜଣଙ୍କର ପପରୀକ୍ଷା କରାଯାଇଥିଲା। ଗୋପବଂଧୁ ଲେପ୍ରୋସି କଲୋନିରେ କରାଯାଇଥିବା ଏହି କ୍ୟାମ୍ପ୍‌ରେ ଆର୍ ଟି ପି ସି ଆର୍ ପଦ୍ଧତିରେ ପରୀକ୍ଷା କରାଯାଇଥିଲା । ସମାଜର ପ୍ରତ୍ୟେକ ବର୍ଗଙ୍କୁ କରୋନା ବିରୁଦ୍ଧରେ ସଂଗ୍ରାମ କରିବାର ପ୍ରଚେଷ୍ଟା ସ୍ୱରୁପ ସମାଜର ବିବିଧ ବର୍ଗଙ୍କ ଟେଷ୍ଟ୍‌ ଯାହାକି ବ୍ୟବସାୟୀ, ଗଣମାଧ୍ୟମ ପ୍ରତିନିଧି,ପୁଲିସ୍‌, ଆବାସିକ କଲ୍ୟାଣ ସଙ୍ଘ ଇତ୍ୟାଦିଙ୍କର ପରୀକ୍ଷା କରାଯାଇଛି ।

   Related Posts