ବସ୍ତି ଉଚ୍ଛେଦ ପାଇଁ ଯାଇ ହଟ ହଟା ହୋଇ ଫେରିଲେ ବିଏମ୍‌ସି ଅଧିକାରୀ

Published By : Prameya-News7 Bureau | November 05, 2019 IST

ଭୁବନେଶ୍ୱର ୦୫।୧୧ - ସାଲିଆ ସାହି ଉଛେଦ ପାଇଁ ଯାଇ ହଟହଟା ହେ।ଇ ଫେରିଲା ବିଏମସି । ବସ୍ତି ଭିତରକୁ ଯାଇ ନପାରି ବାହାରେ ଠିଆ ହେବାକୁ ପଡ଼ିଲା । ତେବେ ବସ୍ତି ବାସିନ୍ଦାଙ୍କ ମେଳି, ଠେଙ୍ଗାବାଡ଼ି ଓ ସଂଖ୍ୟା ଦେଖି ପଛଘୁଞ୍ଚା ଦେଲା ବିଏମସି । ବିଡ଼ିଏ ପ୍ଲାନ୍ ଅନୁଯାୟୀ ସାଲିଆ ସାହି ଭିତରେ ତିନେ।ଟି ଓସାରିଆ ଯିବାର ଯିବାର ଅଛି । ପୂର୍ବରୁ ସର୍ଭେ ସରିଥିଲା ବେ​ଳେ ଆଜି ଉଛେଦ କାର୍ଯ୍ୟ ହେବାର ଥିଲା କିନ୍ତୁ ବିରେ।ଧ ଯେ।ଗୁଁ ହେ।ଇ ପାରିଲା ନାହିଁ । ତେବେ ବିଏମସି କମିଶନରଙ୍କ କହିବା କଥା ଖୁବ୍ ଶୀଘ୍ର ଉଛେଦ କରାଯିବ । 

{"id":179658}

ସାଲିଆ ସାହିରେ ବିଏମସି ଏବଂ ବସ୍ତି ବାସିନ୍ଦା ମୁହଁ।ମୁହିଁ । ବସ୍ତି ବାସିନ୍ଦାଙ୍କ ତେ।ଡ଼ ଦେଖି ବିଏମସି କର୍ମଚାରୀ ଛାଡ଼ି ପଲାଇଲେ ଏରିଆ । ବସ୍ତି ଉଛେଦ କରିବାକୁ ସାଲିଆ ସାହି ଯାଇଥିଲେ ବିଏମସି କର୍ମଚାରୀ । ଏଥିପାଇଁ ଆଗରୁ ନେ।ଟିସ୍ ବି ଦିଆଯାଇଥିଲା, ମାଇକ୍ ଯେ।ଗେ ପ୍ରଚାର ବି କରାଯାଇଥିଲା । ସର୍ଭେ ହେଇ ଯାଗା ଚିହ୍ନଟ ବି ସରିଥିଲା । ହେଲେ ବସ୍ତି ବାସିନ୍ଦାଙ୍କ ନାଲି ଆଖି ଦେଖି ପଛଘୁଞ୍ଚା ଦେଇଛି ବିଏମସି । ବସ୍ତି ଉଛେଦ ପୂର୍ବରୁ ସେହି ସ୍ଥ।ନରେ ଲାଇନ୍ କାଟିବା ପାଇଁ ଉଦ୍ୟମ କରୁଥିବା ବେଳେ ବିଏମସିର ନିଶୁଣୀକୁ ମଧ୍ୟ ଭଙ୍ଗାରୂଜା କରିଦେଇଥିଲେ ସାଲିଆ ସାହି ବାସିନ୍ଦା । ଯେଉଁଥିପାଇଁ ଆଜି ଉଛେଦ କାମକୁ ବନ୍ଦ ରଖିବାକୁ ବାଧ୍ୟ ହେ।ଇଛି ବିଏମସି । ପ୍ରତ୍ୟେକ ପରିବାରାକୁ ୬ ଶହ ସ୍କ୍ବାୟାର ଫୁଟ୍ ଯାଗା ଦେବାକୁ ଦାବି କରିଛନ୍ତି ବସ୍ତି ବାସିନ୍ଦା ।

{"id":179659}

ଜୟଦେବ ବିହାର ରୁ ନନ୍ଦକାନନ ପର୍ଯ୍ୟନ୍ତ ରାସ୍ତା ଜାମ୍ କୁ ହଟାଇବା ପାଇଁ ବିଡ଼ିଏ ପକ୍ଷରୁ ଏକ ଲିଙ୍କ ରେ।ଡ଼୍ ର ପରିକଳ୍ପନା ହେ।ଇଛି । ଯାହା ଆଇଆରଏସି ଭିଲେଜର ମୁଖ୍ୟ ରାସ୍ତାରୁ ଜୟଦେବ ବିହାର-ନନ୍ଦକାନନ ରାସ୍ତାକୁ ଯେ।ଡ଼ି ହେବ । ଗେ।ଟିଏ ରାସ୍ତା ନାଲକେ। ଛକ ରେ ବାହାରିବ ଏବଂ ଅନ୍ୟ ଦୁଇଟି ରାସ୍ତା ହେ।ଟେଲ ମେ ଫେୟାର ପାଖରେ ବାହାରିବାର ପ୍ଲାନ ଅଛି । ଯେଉଁ ରାସ୍ତା ସାଲିଆ ସାହି ବସ୍ତି ଦେଇ ଯିବା । ଏହି ରାସ୍ତା ଗଲେ  ପାଖାପାଖି ୨ ହଜାର ଘର ଉଠେଇବାକୁ ପଡ଼ିବ ।  ଏଥିପାଇଁ ବିଏମସି ପକ୍ଷରୁ ବସ୍ତି ବାସିନ୍ଦାକୁ ଦିଆଯାଇଥିଲା ଏବଂ ଆଜି ଘର ଉଛେଦ କରିବାକୁ ସ୍ଥିର ହେ।ଇଥିଲା । କିନ୍ତୁ ବସ୍ତି ବାସିନ୍ଦାଙ୍କ ପ୍ରବଳ ବିରେ।ଧ ଯେ।ଗୁଁ ବିଏମସି କାମ ଆରମ୍ଭ କରିପାରିନଥିଲା । ତେବେ ବିଏମସି କମିଶନରଙ୍କ କହିବା କଥା ଉଛେଦ ଖୁବ୍ ଶୀଘ୍ର ହେବ ।

ତେବେ ଆଜି  ବିନା ପେ।ଲିସ୍ ରେ ଆସିଥିବା  ବିଏମସି କର୍ମଚାରୀ ଫେରିଯାଇଥିଲା ବେଳେ ପୂରା ପ୍ରସ୍ତୁତ ହେ।ଇ ଆସିବାକୁ ବିଏମସି ସୁଚନା ଅଣ୍ଟା ଭିଡ଼ୁଛି । ଦେଖିବାକୁ ବାକି ରହିଲା କେବେ ଉଛେଦ କାର୍ଯ୍ୟ ହେବ ଏବଂ ବିରେ।ଧ କୁ  ଚପାଇ ପ୍ଲାନ୍ କୁ କିପରି ସଫଳ କରାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.