Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ବରିଷ୍ଠ ନାଗରିକଙ୍କ ପାଇଁ ବିଏମସିର ସ୍ଵତନ୍ତ୍ର ବ୍ୟବସ୍ଥା: ଲକ୍ଷଣ ଦେଖା ଦେଲେ ଘରୁ ଯାଇ ନମୂନା ସଂଗ୍ରହ କରାଯିବ, ଟିକା କେନ୍ଦ୍ରକୁ ନେବା ଆଣିବା କରିବ ଭ୍ୟାନ୍

15/05/2021 at 6:17 PM

ଭୁବନେଶ୍ଵର ୧୫।୦୫: ରାଜ୍ୟର ରାଜଧାନୀ ଭୁବନେଶ୍ଵର କରୋନାର କେନ୍ଦ୍ର ସ୍ଥଳ ପାଲଟିଛି। ଏଠାରେ ଦୈନିକ ୧୦୦୦ରୁ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ଟେଷ୍ଟିଂ ପ୍ରତି ଅଧିକ ଗୁରୁତ୍ଵାରୋପ କରିଛି ଭୁବନେଶ୍ଵର ମହାନଗର ନିଗମ। ସଂକ୍ରମଣ ସନ୍ଦେହ କରୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ବିଏମସି ସ୍ଵତନ୍ତ୍ର ବ୍ୟବସ୍ଥା କରିଛି। ସୋମବାରଠୁ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ନମୂନା ସଂଗ୍ରହ କରାଯିବା ସହ ଟିକା କେନ୍ଦ୍ରକୁ ନେବା ଆଣିବାରେ ସହଯୋଗ କରିବ ବୋଲି ଶନିବାର ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ।

ସଂପ୍ରତି ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ବରିଷ୍ଠ ନାଗରିକଙ୍କ ପାଇଁ ହସ୍ପିଟାଲ କିମ୍ବା ଟେଷ୍ଟିଂ କେନ୍ଦ୍ରକୁ ଆସି କରୋନା ଟେଷ୍ଟ କରିବାରେ ଅସୁବିଧା ହେଉଛି। ତେଣୁ ଏବେ ଘରକୁ ଯାଇ ସାମ୍ପଲ ସଂଗ୍ରହ କରାଯିବ ବୋଲି ସଞ୍ଜୟ ସିଂହ କହିଛନ୍ତି। ଲକ୍ଷଣ ଦେଖା ଦେଲେ ବରିଷ୍ଠ ନାଗରିକ ୧୯୨୯କୁ ଫୋନ୍ କରି ତଥ୍ୟ ଦେବେ। ନାଁ ଏବଂ ନିଜର ଠିକଣା ଦେଲେ ଭ୍ୟାନ ଯାଇ ଘରୁ ସାମ୍ପୁଲ ସଂଗ୍ରହ କରାଯିବ । ଏହାପତର ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ ।

ସେହି ପରି ଟିକା ପାଇଁ ସମସ୍ୟାରେ ପଡୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ବିଏମସି ବ୍ୟବସ୍ଥା କରିଛି। ବିଶେଷ କରି ଘରେ ଏକୁଟିଆ ଥିବା ବରିଷ୍ଠ ନାଗରିକଙ୍କୁ ଏହି ବ୍ୟବସ୍ଥା ପ୍ରଦାନ କରାଯିବ। ୧୯୨୯କୁ ଫୋନ୍ କଲେ ଉକ୍ତ ବ୍ୟକ୍ତିଙ୍କୁ ଘରୁ ଟିକା କେନ୍ଦ୍ର ଅଣାଯିବ। ଟିକା ନେବା ପରେ ପୁଣି ବ୍ୟକ୍ତିଙ୍କୁ ଘରେ ଛାଡି ଦିଆଯିବ ବୋଲି ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।

   Related Posts