କରୋନା ସଂକ୍ରମଣର ପ୍ରକୋପକୁ ଦେଖି ଲତା ମଙ୍ଗେସକରଙ୍କ ବିଲ୍ଡିଂ ସିଲ୍ କଲା ବିଏମସି

Published By : Prameya-News7 Bureau | August 30, 2020 IST

ମୁମ୍ବାଇ ୩୦।୦୮: ଦେଶର ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକରଙ୍କ କୋଠାକୁ ବୃହନମୁମ୍ବାଇ ମହାନଗର ନିଗମ( ବିଏମସି) କରୋନା ଭାଇରସ୍‌ ମହାମାରୀରପ୍ରକୋପକୁ ଦୃଷ୍ଟିରେ ରଖି ସତର୍କତାମୂଳକ ଭାବେ ସିଲ୍ କରିଛି। ୯୦ ବର୍ଷୀୟ ଗାୟିକା ଦକ୍ଷିଣ ମୁମ୍ବାଇର ପେଡାର ରୋଡ୍‌ରେ ପ୍ରଭୁକୁଞ୍ଜ କୋଠାରେ ରହୁଛନ୍ତି। ମଙ୍ଗେସକରଙ୍କ ପରିବାର ଲୋକ କହିଛନ୍ତି କୋଠାରେ ଅନେକ ବରିଷ୍ଠ ନାଗରିକ ରହୁଛନ୍ତି। ତେଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କୋଠାକୁ ବିଏମସି ସିଲ୍ କରିଛି।

ପୂରା ସନ୍ଧ୍ୟାରେ ପ୍ରଭୁକୁଞ୍ଜ ସିଲ୍ ହୋଇଛି କି ନାହିଁ ଆମକୁ କଲ ପରେ କଲ ଆସିଥିଲା। ମହାମାରୀ ଆରମ୍ଭରୁ ବିଲ୍ଡିଂର ସୋସାଇଟି ଓ ବିଏମସି ଏହାକୁ ସିଲ୍ କରିଛନ୍ତି କାରଣ ଆମ ଘର ଏବଂ  ବିଲ୍ଡିଂରେ ଅନେକ ବରିଷ୍ଠ ନାଗରିକ ରହୁଛନ୍ତି। ଏମିତି ସ୍ଥିତିରେ ସତର୍କତା ଅବଲମ୍ବନ କରିବା ଜରୁରୀ ଅଟେ। ତେଣୁ  ବିଏମସି ପକ୍ଷରୁ ବିଲ୍ଡିଂ ସିଲ୍ କରାଯାଇଛି ବୋଲି ଲତାଙ୍କ ପରିବାର ଲୋକ କହିଛନ୍ତି।

ବିଲ୍ଡିଂର କିଛି ବାସିନ୍ଦା କୋଭିଡ୍-୧୯ ଚିହ୍ନଟ ହୋଇଥିବା ଖବର ଆସିଥିଲା। ହେଲେ ପରିବାର ବର୍ଗ ସେମାନଙ୍କର ଶୁଭଚିନ୍ତକଙ୍କୁ କୌଣସି ପ୍ରକାରର ଅନୁମାନ ନଲଗାଇବାକୁ କହିଛନ୍ତି। ଦୟାକରି ପରିବାରର ସଦସ୍ୟଙ୍କ ସ୍ଵାସ୍ଥ୍ୟ ବିଷୟରେ କିଛି ନବୁଝି ପ୍ରତିକ୍ରିୟା ଦିଅନ୍ତୁ ନାହିଁ ବୋଲି ଲତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ଆମେ ଏକ ସମାଜ ଭାବେ ଏକ ସଙ୍ଗେ, ସମସ୍ତ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ସୁସ୍ଥ ପାଇଁ ଅତ୍ୟଧିକ ସାବଧାନ ରହିବାର ଆବଶ୍ୟକତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.