Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ବିଗ୍ ବଜାରକୁ ସିଲ୍ କଲା ବିଏମ୍‌ସି, ନୋଟିସ୍ ସତ୍ତ୍ବେ ଆବଶ୍ୟକ ନିୟମ ପାଳୁନଥିଲା ପଟିଆ ବ୍ରାଞ୍ଚ

20/02/2020 at 11:58 AM

ଭୁବନେଶ୍ବର ୨୦।୨: ନୋଟିସ୍ ପରେ ବି ଚେତିଲେନି । ସିଲ୍ ହେଲା ବିଗ୍ ବଜାର । ଭୁବନେଶ୍ବର ପଟିଆ ସ୍ଥିତ ବିଗ୍ ବଜାରକୁ ସିଲ୍ କରିଛି ଭୁବନେଶ୍ବର ମହାନଗର ନିଗମ । ବିଏମସି କମିଶନର ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ବିଗ୍ ବଜାରକୁ ସିଲ୍ କରାଯାଉଥିବା ଜଣାପଡିଛି । ଏହି ବିଗ୍ ବଜାରରେ ପରିମଳ, ଅଗ୍ନି ନିର୍ବାପକ ସୁରକ୍ଷା ଏବଂ ପାର୍କିଂ ସମସ୍ୟା ରହିଥିବାରୁ ତାହାକୁ ସିଲ୍ କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଏଥିପାଇଁ ବିଏମସି ପକ୍ଷରୁ ନୋଟିସ୍ ଦିଆଯାଇଥିଲା ।

ରାଜଧାନୀର ବିଭିନ୍ନ ମଲ୍ ଏବଂ ଅଟ୍ଟାଳିକାରେ ଅଗ୍ନି ନିର୍ବାପକ ସୁରକ୍ଷାକୁ ଦୀର୍ଘଦିନ ତଳୁ ବିଏମସି କର୍ତ୍ତୃପକ୍ଷ ଗୁରୁତ୍ବ ଦେଉଛନ୍ତି । ଏହାସହ ପାର୍କିଂ ବ୍ୟବସ୍ଥାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏପରିକି ସାଧାରଣ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟଗୁଡିକ ଲାଗି ମଧ୍ୟ ପାର୍କିଂ ନିୟମ କଡାକଡି କରାଯାଇଛି । ପରିମଳ ବ୍ୟବସ୍ଥାର ଗାଇଡ୍ ଲାଇନ୍ କୁ ଅନୁସରଣ କରିବାକୁ ଯଥେଷ୍ଟ ପୂର୍ବରୁ ନିୟମ ସହ ସାବଧାନ କରାଯାଇଛି । ଏହା ସତ୍ତ୍ବେ କିଛି ମଲ୍ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଏହାର ଉଲଂଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି ।

ନିକଟରେ ଏସପ୍ଲାନେଡ୍ ମଲ୍ ଏବଂ ଆଉ ଏକ ସପିଂ ମଲ୍ ବିରୋଧରେ ମଧ୍ୟ ଆକ୍ସନ ହୋଇଥିଲା । ସେହି ଡ୍ରାଇଭ୍ ରେ ବିଭିନ୍ନ ସପିଂ ମଲ୍ କୁ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା ଏବଂ ପରିମଳ ବ୍ୟବସ୍ଥା ଲାଗି ନୋଟିସ୍ ହୋଇଥିଲା । ସେହିପରି ପଟିଆ ସ୍ଥିତ ବିଗ୍ ବଜାରକୁ ମଧ୍ୟ ନୋଟିସ୍ ହୋଇଥିବା ବେଳେ ଅବଧି ପୂରଣ ସତ୍ତ୍ବେ ବିଗ୍ ବଜାର କର୍ତ୍ତୃପକ୍ଷ ଆବଶ୍ୟକୀୟ ବ୍ୟବସ୍ଥା କରିନଥିବାକୁ ତାକୁ ବିଏମସି କର୍ତ୍ତୃପକ୍ଷ ସିଲ୍ କରିଛନ୍ତି ।  

   Related Posts