ଆଇଗିଣିଆ ଆଳୁଗଦି ସିଲ୍, ୧୦ ପଜିଟିଭ୍ ଚିହ୍ନଟ ପରେ BMCର ପଦକ୍ଷେପ

Published By : Prameya-News7 Bureau | July 26, 2020 IST

ଭୁବନେଶ୍ବର ୨୬।୭: ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କଲୋନୀରୁ ବସ୍ତି ସବୁଠି ମାଡି ମାଡି ଚାଲିଛି କରୋନା ।ଆଳୁଗଦିରୁ ନେଇ ଅଟାକଳ ସବୁଠି ବାହାରୁଛନ୍ତି ପଜିଟିଭ । କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଦିନ ଭିତରେ ଦୁଇଗୁଣା ହେଲାଣି । ଜୁଲାଇ ମାସରେ ନାଲିଆଖି ଦେଖାଇଛି କରୋନା।

{"id":305548,"sizeSlug":"large"}

ଅନ୍ୟପଟେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇଗିଣିଆ ଆଳୁଗଦିକୁ ଭୁବନେଶ୍ବର ମହାନଗର ନିଗମ ସିଲ୍ କରିଛି । ଏହି ଅଞ୍ଚଳରୁ ୧୦ରୁ ଅଧିକ ପଜିଟିଭ୍ ଚିହ୍ନଟ ପରେ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ବିଏମସି ଦକ୍ଷିଣ ପଶ୍ଚିମ ଜୋନ୍ ଡେପୁଟି କମିଶନର । ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।

{"id":305549,"sizeSlug":"large"}

ରାଜଧାନୀରେ ଶନିବାର ୧୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାମଧ୍ୟରୁ ୬୨ ଜଣ କ୍ବାରେଣ୍ଟାଇନରେ ଥିବା ବେଳେ ୪୯ ଜଣ ହେଉଥିଲେ ସ୍ଥାନୀୟ ସଂକ୍ରମିତ। ଆହୁରି ମଧ୍ୟ ୨୯ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ରାଜଧାନୀରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୮୨୮ରେ ପହଁଚିଛି । ଏହାମଧ୍ୟରୁ ୮୬୩ ଜଣ ସୁସ୍ଥ ହୋଇଥିବା ବେଳେ ୧୧ଜଣ ପ୍ରାଣ ହରାଇଛନ୍ତି । ସେହିପରି ୯୫୨ଟି ସକ୍ରିୟ କେସ୍ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.