Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

BMC ରିପୋର୍ଟରୁ ଜଣାପଡିଲା ମୁମ୍ବାଇରେ କୋଭିଡ ବ୍ୟାପିବାର କାରଣ, ବହୁତଳ ଆପାର୍ଟମେଣ୍ଟରୁ ଅଧିକ ବାହାରୁଛନ୍ତି ସଂକ୍ରମିତ

12/03/2021 at 6:32 PM

ମୁମ୍ବାଇ ୧୨।୩: ବୃହନମୁମ୍ବାଇ ମହାନଗର ନିଗମ (ବିଏମସି)ଙ୍କ ଏକ ରିପୋର୍ଟ ଏବେ ଛନକା ସୃଷ୍ଟି କରିଛି। ଆର୍ଥିକ ରାଜଧାନୀରେ ଗତ ଜାନୁୟାରୀ ଓ ଫେବୃଆରୀରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ମୋଟ  ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ସହରରେ ଥିବା ବହୁତଳ ଭବନର ବାସିନ୍ଦା ବୋଲି ଏହି ରିପୋର୍ଟରେ କୁହାଯାଇଛି। ବାକି ୧୦ ପ୍ରତିଶତରୁ ୬ ପ୍ରତିଶତ ଚାଲରେ ରହୁଥିବା ଲୋକ ବୋଲି କୁହାଯାଇଥିବା ବେଳେ ବସ୍ତିରୁ ମାତ୍ର ୪ ପ୍ରତିଶତ ଆକ୍ରାନ୍ତ ବାହାରିଛନ୍ତି।

ତେବେ ମାର୍ଚ୍ଚ ମାସ ଆରମ୍ଭରୁ ପରିସ୍ଥିତିରେ ପରିବର୍ତ୍ତନ ଆସିଲାଣି। ଏଥିରେ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସଂକ୍ରମଣ ହାର ହ୍ରାସ ହୋଇଥିବା ବେଳେ ବସ୍ତି ଓ ଚାଲରେ ସଂକ୍ରମଣ ବଢୁଥିବା ବିଏମସି ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି। ତେବେ ବିଏମସି ଏକ ବୟାନରେ ଚଳିତବର୍ଷର ଆରମ୍ଭ  ୨ ମାସରେ ମୋଟ ୨୩ ହଜାର ୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା କହିଥିଲେ। ଏଥିରୁ ୯୦ ପ୍ରତିଶତ କେବଳ ବିଭିନ୍ନ ଆପାର୍ଟମେଣ୍ଟର ବାସିନ୍ଦା ଚିହ୍ନଟ ହୋଇଥିଲେ। 

ଏଣୁ ସହରରେ ନିଷିଦ୍ଧାଞ୍ଚଳ ସଂଖ୍ୟା ୧୭୦କୁ ବୃଦ୍ଧି ହୋଇଥିବା ବେଳେ ସିଲ ହୋଇଥିବା ଭବନ ସଂଖ୍ୟା ୬୬ ପ୍ରତିଶତରେ ପହଞ୍ଚିଥିଲା। ବିଏମସିଙ୍କ ଅନୁସାରେ ମାର୍ଚ୍ଚ ୧ ତାରିଖ ଦିନ ମୁମ୍ବାଇରେ ୧୦ଟି ନିଷିଦ୍ଧାଞ୍ଚଳ ଥିଲା। ଏହି ସମୟରେ ସହରର ୧୩୭ଟି ବିଲ୍ଟିଂ ସିଲ ଥିଲା। ମାର୍ଚ୍ଚ ୧୦ ତାରିଖ ବେଳକୁ ସହରର ନିଷିଦ୍ଧାଞ୍ଚଳ ସଂଖ୍ୟା ୨୭କୁ ପହଞ୍ଚିଥିବା ବେଳେ ୨୨୮ଟି ଭବନ ସିଲ ହୋଇଥିଲା।

   Related Posts