ମିଠା ଦୋକାନରେ ବିଏମସିର ଚଢାଉ, ଚାଲିଛି ମାନ ଯାଞ୍ଚ

Published By : Prameya-News7 Bureau | November 03, 2021 IST

ଭୁବନେଶ୍ବର ୩।୧୧: ଦିନକ ପରେ ଦୀପାବଳି । ଏଥିପାଇଁ ରାଜଧାନୀରେ ଥିବା ବିଭିନ୍ନ ମିଠା ଦୋକାନରେ ଲାଗିଛି ଭିଡ । ମିଠା ଦୋକାନୀମାନଙ୍କର ବି ବେପାର ଜମୁଛି । ଦୀପାବଳି ପାଇଁ ମିଠା ଦୋକାନଗୁଡିକରେ ମିଠା କିଣିବା ପାଇଁ ଲୋକ ଭିଡ ଜମାଇଛନ୍ତି ।

ତେବେ ମିଠାର ମାନ ଯାଞ୍ଚ ପାଇଁ ବିଏମସି ପକ୍ଷରୁ ଚଢାଉ କରାଯାଇଛି । ତେବେ ମିଠା ଦୋକାନରେ ବିକ୍ରି ହେବା ପାଇଁ ଯେଉଁ ମିଠା ରଖାଯାଇଛି ତାହା ଉତ୍ତମ ମାନର ନା ନାହିଁ ସେ ନେଇ ଚାଲିଛି ଯାଞ୍ଚ । ବିଏମସି ଅଧିକାରୀଙ୍କ ପକ୍ଷରୁ ରାଜଧାନୀର ବିଭିନ୍ନ ମିଠା ଦୋକାନରେ ଚଢାଉ ଚାଲିଛି । ମିଠାର ମାନ ଯାଞ୍ଚ କରୁଛନ୍ତି ବିଏମସି ଅଧିକାରୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.