ପଲିଥିନ୍ କାରଖାନାରେ ଚଢାଉ, ବିପୁଳ ପରିମାଣର ପଲିଥିନ୍ ଜବତ

Published By : Prameya-News7 Bureau | January 11, 2021 IST

ଭୁବନେଶ୍ବର ୧୧।୧: ଭୁବନେଶ୍ବର ପାତ୍ରପଡା ସ୍ଥିତ ପଲିଥିନ୍ କାରଖାନାରେ ଚଢାଉ କରାଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ପଲିଥିନ୍ ଜବତ କରିଛନ୍ତି ବିଏମସି ଅଧିକାରୀ । ପୂର୍ବରୁ ମଧ୍ୟ ଏହି କାରଖାନାରେ ଚଢାଉ କରିଥିଲା ବିଏମସି ।

{"id":390524,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଗତ ୨୦୧୮ ଅକ୍ଟୋବର ୨ରୁ ରାଜ୍ୟରେ ପଲିଥିନ୍ ବ୍ୟବହାର ବ୍ୟାନ୍ କରାଯାଇଛି ।ପଲିଥିନ୍ ବ୍ୟବହାର ଉପରେ କଟକଣା ଜାରି ହେବା ପରେ ବି ରାଜଧାନୀର ବିଭିନ୍ନ ସ୍ଥାନରେ ଏବେବି ପଲିଥିନ୍ ବ୍ୟବହାର କରାଯାଉଛି । ପ୍ରଶାସନ ପକ୍ଷରୁ ଏନେଇ ବାରମ୍ବାର ବାରଣ କରାଯାଉଥିଲେ ବି ବ୍ୟବସାୟୀ ପଲିଥିନ୍ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।

{"id":390525,"sizeSlug":"large","linkDestination":"none"}

ରାଜଧାନୀର ବିଭିନ୍ନ ହାଟ, ବଜାର, ସପିଂ ମଲ୍, ଭେଣ୍ଡିଂ ଜୋନରେ ପଲିଥିନ୍ ବ୍ୟବହାର ହେଉଥିବାର ଅଭିଯୋଗ ପରେ ଚଢାଉ କରାଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.